• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯିଏ ଦେଖୁଥିଲା ସିଏ ପଚାରୁଥିଲା, ଏଠି କୌଣସି ଫିଲ୍ମର ସୁଟିଂ ଚାଲିଛି କି । କାରଣ ଦୃଶ୍ୟ ହିଁ କିଛି ଏମିତି ଥିଲା । ଗୋଟେ କୁକୁର ପାଟିରେ ଛିଣ୍ତା ହାତ ଧରି ହସ୍ସିଟାଲ ପରିସରରେ ବୁଲୁଥିଲା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିରେ ।

ହସ୍ପିଟାଲ ପରିସରରେ ଏପରି ଦେଖି ଲୋକେ ଆତଙ୍କିତ ହୋଇଥିଲେ । ଫଳରେ କୁକୁରଟି ମଧ୍ୟ ହସ୍ପିଟାଲ ପରିସରରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା । କିନ୍ତୁ କିଛି ସମୟ ପରେ ପୁଣି କୁକୁରଟି ଦେଖିବାକୁ ମିଳିଥିଲା । ଉକ୍ତ କଟା ଯାଇଥିବା ହାତକୁ ଆଣି ସେ ମେଡିକାଲ ଭିତରେ ଥିବା ବଗିଚାରେ ପକାଇ ଦେଇଥିଲା ।

ପରେ ହସ୍ପିଟାଲ କର୍ମଚାରୀ ଏହାକୁ ସଫା କରି ଦେଇଥିଲେ । ପ୍ରାଥମିକ ତଦନ୍ତ ଅନୁସାରେ କୁକୁରଟି ସେହି କଟା ହାତଟି ଡଷ୍ଟବିନ ଭିତରୁ ଉଠାଇ ଆଣିଥିବା ପ୍ରକାଶ । ତେବେ କେତେ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଉକ୍ତ କଟା ହାତକୁ କୁକୁରଟି ନିକଟସ୍ଥ ମଶାଣୀରୁ ଆଣିଥିଲା । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଏନେଇ ତଦନ୍ତ ଜାରି ରହିଛି ।

ସମସ୍ତ କଟା ହାତର ବିବରଣୀ ଖୋଜା ଚାଲିଛି । ହସ୍ପିଟାଲ ତରଫରୁ ଜାରୀ ହୋଇଥିବା ବିବରଣୀରେ ମୁଖପାତ୍ର କହିଛନ୍ତି, ଉକ୍ତ ହାତକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ସେମାନେ ତାହାକୁ ନିକଟସ୍ଥ ଡଷ୍ଟବିନରେ ପକାଇ ଦେଇଥିବା ଅନୁମାନ । ଉକ୍ତ ଡଷ୍ଟବିନରୁ କୁକୁରଟି ହାତକୁ ନେଇ ଆସିଥିବା କୁହାଯାଇପାରେ ।

ଏନେଇ ତଦନ୍ତ ଜାରି ରହିଛି । ପୋଲିସକୁ ମଧ୍ୟ ହସ୍ପିଟାଲ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ।