• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡିଜିଟାଲ ନ୍ୟୁଜ୍‌ ମିଡିଆ ଉପରେ ଲାଗିବ ଅଙ୍କୁଶ । ଗତ କିଛି ବର୍ଷ ମଧ୍ୟରେ ଦେଶରେ ଛତୁ ଫୁଟିବା ଭଳି ଡିଜିଟାଲ ନ୍ୟୁଜ୍‌ ମିଡିଆ ସଂସ୍ଥା ଆରମ୍ଭ ହୋଇଛି । ତେବେ ସେମାନଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଅନେକ ସ୍ତରରେ ଏହାକୁ ବିରୋଧ ମଧ୍ୟ କରାଯାଇଛି । ଖାଲି ସେତିକି ନୁହେଁ ଡିଜିଟାଲ ନ୍ୟୁଜ୍‌ ମିଡିଆ ଉପରେ ଅଙ୍କୁଶ ଲଗାଇବା ପାଇଁ ପର୍ବରୁ ସରକାରଙ୍କୁ ଅନେକ ନିବେଦନ ମଧ୍ୟ କରାଯାଇଥିଲା । ତେବେ ଏହାରି ଭିତରେ ଏବେ ସରକାର ଲୋକଙ୍କ କଥା ଶୁଣିଛନ୍ତି ଏବଂ ଡିଜିଟାଲ ନ୍ୟୁଜ୍‌ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଦେଶରେ ଡିଜିଟାଲ୍ ମିଡିଆ ନ୍ୟୁଜ୍ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସରକାର ଏଥିପାଇଁ ଏକ ନୂତନ ଆଇନ ଆଣୁଛନ୍ତି । ଏହାର ନାଁ ରେଜିଷ୍ଟ୍ରେସନ୍ ଅଫ୍ ପ୍ରେସ୍ ଏବଂ ପିରିୟଡିକାଲ୍ ବିଲ୍ ୨୦୧୯ । ଏହି ବିଲ୍ ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ ଆକ୍ଟ ୧୮୬୭ ବଦଳରେ କାମ କରିବ ।

ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ ଆକ୍ଟ ୧୮୬୭ ଭାରତରେ କାର୍ଯ୍ୟ କରୁଥିବା ପ୍ରିଣ୍ଟିଂ ପ୍ରେସ ଏବଂ ଦେଶରେ ମୁଦ୍ରିତ ଖବରକାଗଜକୁ ନିୟନ୍ତ୍ରଣ କରିଥାଏ । ସୂଚନାନୁସାରେ, ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଯଦି କୌଣସି ସଂସ୍ଥା ବା ବ୍ୟକ୍ତି ଏହାର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ଖୁବ ଶୀଘ୍ର କ୍ୟାବିନେଟ୍ ଏହି ବିଲ୍ ଉପରେ ଚର୍ଚ୍ଚା କରିବ । ଡିଜିଟାଲ୍ ନ୍ୟୁଜ୍ ପୋର୍ଟାଲଗୁଡ଼ିକୁ ଖବରକାଗଜର ସମାନ୍ତରାଳ ଭାବିବା ଉଚିତ ବୋଲି ବିଲ୍‌ରେ ପ୍ରସ୍ତାବ ରହିଛି । ଏହି ଅନୁଯାୟୀ, ଡିଜିଟାଲ୍ ନ୍ୟୁଜ୍ ପ୍ଲାଟଫର୍ମକୁ ପ୍ରେସ୍ ରେଜିଷ୍ଟ୍ରାର୍ ଜେନେରାଲ୍‌ରେ ରେଜିଷ୍ଟ୍ରେସନ୍ କରିବାକୁ କୁହାଯାଇପାରେ ।