Advertisment

କିଏ ଏହି କାଶ୍ମୀର ଯୁବକ, ଯିଏ ମୋଦିଙ୍କ ସହ ନେଲେ ସେଲ୍‌ଫି

ନାଜିମ ପିଏମ ମୋଦୀଙ୍କ ସହ ସେଲଫି ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପିଏମ ମୋଦୀ ଏହି ଯୁବକଙ୍କର ଇଚ୍ଛା ପୂରଣ କରିଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସେଲଫି ମଧ୍ୟ ସେୟାର କରିଥିଲେ।

author-image
Santosh Kumar Sahoo
Narendra Modi

Narendra Modi

ଜାମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ ସମୟରେ ବକ୍ସି ଷ୍ଟାଡିୟମରେ ବିକଶିତ ଭାରତର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯେତେବେଳେ ସେ ନାଜିମ୍‌ ନାମକ ଜଣେ ହିତାଧିକାରୀଙ୍କ ସହ କଥାବାର୍ତ୍ତା ହେଉଥିଲେ, ନାଜିମ ପିଏମ ମୋଦୀଙ୍କ ସହ ସେଲଫି ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପିଏମ ମୋଦୀ ଏହି ଯୁବକଙ୍କର ଇଚ୍ଛା ପୂରଣ କରିଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସେଲଫି ମଧ୍ୟ ସେୟାର କରିଥିଲେ।

Advertisment

ଯେତେବେଳେ ନାଜିମ୍‌ ପିଏମ୍‌ ମୋଦିଙ୍କୁ ସେଲଫି ପାଇଁ କହିଥିଲେ, ପ୍ରଧାନମନ୍ତ୍ରୀ କହିଥିଲେ ‘ନିଶ୍ଚିତ, ମୁଁ SPG ଟିମ୍‌ଙ୍କୁ କହୁଛି କି ତୁମକୁ ମୋ ପାଖକୁ ଆଣିବେ। ମୁଁ ତୁମ ସହ ନିଶ୍ଚିୟ ସେଲଫି ନେବି। ତେବେ ନାଜିମ୍‌ଙ୍କ ସହ ସେଲଫି ନେଇ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ମୋଦି ଲେଖିଛନ୍ତି, ‘ମୋର ବନ୍ଧୁ ନାଜିମ୍‌ଙ୍କ ସହ ସ୍ମରଣୀୟ ସେଲଫି। ମୁଁ ତାଙ୍କର ଭଲ କାମ ଦ୍ୱାରା ପ୍ରଭାବିତ ହୋଇଛି। ସାଧାରଣ ସଭାରେ ମୋ ସହ ସେଲଫି ପାଇଁ ସେ ଅନୁରୋଧ କରିଥିଲେ ଏବଂ ତାଙ୍କୁ ଭେଟି ଖୁସି। ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା’ ବୋଲି କହିଛନ୍ତି ମୋଦି।

Advertisment

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କିଏ ଏହି କାଶ୍ମୀର ଯୁବକ। ଯାହାଙ୍କ ସହ ମୋଦି ଉଠାଇଲେ ସେଲଫି। ମିଳିଥିବା ସୂଚନା ଅନୁସାରେ ନାଜିମ୍‌ ହେଉଛନ୍ତି ବିକଶିତ ଭାରତର ଜଣେ ଲାଭାର୍ଥୀ। ତେବେ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ହୋଇଥିବା ବିକଶିତ ଭାରତ, ବିକଶିତ ଜାମ୍ମୁ କାଶ୍ମୀର କାର୍ଯ୍ୟକ୍ରମରେ ମୋଦି ନାଜିମ୍‌ଙ୍କ ସହ ଆଲୋଚନା କରିଥିଲେ।

ମୋଦିଙ୍କ ସହ ଆଲୋଚନା ସମୟରେ, ପୁଲୱାମାର ନାଜିମ୍‌ ମହୁ ବିକ୍ରି କରି କିପରି ଭାବେ ଜଣେ ଉଦ୍ୟୋଗୀ ହୋଇପାରିଛନ୍ତି, ସେହି ଯାତ୍ରା ବିଷୟରେ କହିଥିଲେ। ୨୦୧୮ ମସିହାରେ ଯେତେବେଳେ ନାଜିମ୍‌ ଦଶମ ଶ୍ରେଣୀରେ ପଢ଼ୁଥିଲେ ସେ ଏହାକୁ ଆରମ୍ଭ କରିଥିଲେ। ମାତ୍ର ଦୁଇଟି ବକ୍ସରୁ ହିଁ ସେ ଏହା ଆରମ୍ଭ କରିଥିଲେ। ମହୁମାଛି ପାଳନ ପ୍ରତି ତାଙ୍କ ଆଗ୍ରହ ବଢ଼ିବା ପରେ ସେ ଅନଲାଇନ୍‌ରେ ଏହା ବିଷୟରେ ଜାଣିବା ପାଇଁ ଗବେଷଣା କରିଥିଲେ।

୨୦୧୯ ମସିହାରେ ମୁଁ ସରକାରଙ୍କ ପାଖକୁ ଯାଇଥିଲି ଏବଂ ୫୦ ପ୍ରତିଶତ ସବ୍‌ସିଡିରେ ୨୫ଟି ବାକ୍ସ ମହୁମାଛି ଆଣିଥିଲି। ଏଥିରୁ ମୁଁ ୭୫କେଜି ମହୁ ବାହାର କରିଥିଲି। ଏହାପରେ ଏହି ମହୁକୁ ମୁଁ ଗ୍ରାମରେ ବିକ୍ରି କରିବା ଆରମ୍ଭ କରିଥିଲି। ଏହି ୨୫ଟି ମହୁମାଛି ବାକ୍ସରୁ ମୁଁ ୬୦ ହଜାର ଟଙ୍କା ରୋଜଗାର କରିଥିଲି। ଏହାପରେ ମୁଁ PMEGP( ପ୍ରଧାନମନ୍ତ୍ରୀ ନିଯୁକ୍ତି ଜେନେରେସନ୍‌ ପ୍ରୋଗ୍ରାମ୍‌)ର ସାହାଯ୍ୟ ନେଇଥିଲି। ସେହି ଯୋଜନା ଅଧାରରେ ମୁଁ ୫ ଲକ୍ଷ ଟଙ୍କା ପାଇଥିଲି। ଏହାପରେ ୨୦୨୦ ମସିହାରେ ମୁଁ ମୋର ୱେବସାଇଟ୍‌ ଆରମ୍ଭ କରିଥିଲି ବୋଲି ନାଜିମ୍‌ କହିଛନ୍ତି।

ତାଙ୍କ ବ୍ରାଣ୍ଡ ସ୍ୱୀକୃତି ପାଇବା ପରେ ନାଜିମ କହିଛନ୍ତି ଯେ ସେ ୨୦୨୩ରେ ୫ ହଜାର କିଲୋଗ୍ରାମ ମହୁ ବିକ୍ରି କରିଛନ୍ତି। ବର୍ତ୍ତମାନ ଅତି କମ୍‌ରେ ୧୦୦ ଜଣ ଲୋକ ତାଙ୍କ ସହ କାମ କରୁଛନ୍ତି ବୋଲି ନାଜିମ୍‌ କହିଛନ୍ତି। ତେବେ ଏହାର ଉତ୍ତରରେ ମୋଦି କହିଥିଲେ କି ତୁମେ ଜଣେ ଡାକ୍ତର ହୋଇପାରିଥାନ୍ତି କିନ୍ତୁ ତୁମେ ସେହି ରାସ୍ତା ବାଛିଲନି। ମହୁ ବ୍ୟବସାୟ କରି ତୁମେ କାଶ୍ମୀରରେ ମଧୁର ବିପ୍ଳବକୁ ଆଗେଇ ନେଇଛ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।

Narendra Modi
Advertisment
Advertisment