Advertisment

Crime: କାହାର କ’ଣ କ୍ଷତି କଲେ କୁନି ପ୍ରବଚକ, କାହିଁକି ମିଳିଲା ହତ୍ୟା ଧମକ ?

କିଛି ଦିନ ପୂର୍ବରୁ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଏକ ମଞ୍ଚରେ କୁନି ପ୍ରବଚକ ଅଭିନବଙ୍କୁ ମୁର୍ଖ ବୋଲି ସାମ୍ବୋଧନ କରିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Little Saint

Little Saint

କୁନି ପ୍ରବଚକଙ୍କୁ ହତ୍ୟା ଧମକ । ଆପଣ ଟିକେ ଆଶ୍ଚର୍ଯ୍ୟ ହେଉଥିବେ । ମନରେ ପ୍ରଶ୍ନ ଆସୁଥିବ କୁନି ପ୍ରବଚକଙ୍କୁ କାହିଁକି କିଏ ବା ହତ୍ୟା ଧମକ ଦେବ ? ସେ ପୁଣି କାହାର କ’ଣ କ୍ଷତି କଲେ ? ଏମିତି ପ୍ରଶ୍ନ ମନରେ ଆସିବା ସ୍ୱାଭାବିକ୍ । କାରଣ ଆମ ସମାଜରେ ଲୋକଙ୍କ ମନରେ ଏକ ବିଶ୍ୱାସ ରହିଛି ଯେ, ସାଧୁସନ୍ଥଙ୍କର କେହି ଶତ୍ରୁ ନଥାନ୍ତି । ସେମାନେ ସବୁବେଳେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରନ୍ତି । ସେମାନେ କେବେ କାହାର କିଛି କ୍ଷତି କରିବାକୁ ଚାହାନ୍ତି ନାହିଁ । ତେଣୁ ଏହି ପରିପ୍ରେକ୍ଷୀରେ ପ୍ରବଚକମାନଙ୍କର କେହି କେବେ ଶତ୍ରୁ ରହିନଥାନ୍ତି । ଯଦି ଶତ୍ରୁ କେହି ନାହାନ୍ତି ତାହାଲେ କୁନି ପ୍ରବଚକଙ୍କୁ କିଏ ଦେଲା ହତ୍ୟା ଧମକ ।

Advertisment
Avinab AroraAvinab Arora

ଏବେ ଆପଣ ଭାବୁଥିବେ କିଏ ଏହି କୁନି ପ୍ରବଚକ । ଆଜ୍ଞା ହଁ, ଆମେ କହୁଛୁ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ବାଳକ ସନ୍ଥଙ୍କ କଥା । ଯାହାଙ୍କୁ ସ୍ପିରିଚୁଆଲ କ୍ରିଏଟର ୟୁଜର୍ସମାନେ ଜାଣନ୍ତି । ଆଉ ତାଙ୍କ ନାଁ ଅଭିନବ ଆରୋଡ଼ା । ସୋସିଆଲ ମିଡିଆରେ ଏବେ ଦୁଇ ଜଣ ସାଧୁ ବା ସନ୍ଥ ଖୁବ୍‌ ଚର୍ଚ୍ଚାରେ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ । ଆଉ ଅନ୍ୟ ଜଣେ ହେଲେ ଏହି ବାଳକ ସନ୍ଥ ଅଭିନବ ଆରୋଡ଼ା । ଏହି ଦୁଇ ଜଣଙ୍କ ବ୍ୟତୀତ ଅନେକ ସାଧୁ ଅଛନ୍ତି ଯେଉଁମାନେ ଖୁବ୍‌ ଲୋକପ୍ରିୟ । ଯାହାକୁ କୋଟି କୋଟି ଲୋକ ଫଲୋ କରନ୍ତି । କିନ୍ତୁ ଏବେ ଆମେ କେବଳ ଏହି ଦୁଇ ଜଣଙ୍କ କଥା କହୁଛୁ । କାରଣ ଏହି ଦୁଇ ସାଧୁ ଏବେ ଖୁବ୍‌ ଚର୍ଚ୍ଚାରେ ବା ବିବାଦରେ ।

Avinab AroraAvinab Arora

ଉଭୟ ସାଧୁ ଆଧ୍ୟାତ୍ମିକତା ଓ ହିନ୍ଦୁତ୍ୱର ପ୍ରଚାର କରନ୍ତି । ହେଲେ କିଛି ଦିନ ପୂର୍ବରୁ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଏକ ମଞ୍ଚରେ କୁନି ପ୍ରବଚକ ଅଭିନବଙ୍କୁ ମୁର୍ଖ ବୋଲି ସାମ୍ବୋଧନ କରିଥିଲେ । ଏମିତିକି ତାଙ୍କୁ ମଞ୍ଚ ତଳକୁ ଓହ୍ଲାଇ ଯିବାକୁ ତାଗିଦ୍ କରିଥିଲେ । ଆଉ ସେହି ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା । ଯେଉଁଥିପାଇଁ ଉଭୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Advertisment

ଆଉ ଏହାରି ଭିତରେ ଅଭିନବଙ୍କୁ ହତ୍ୟା ଧମକ, ତାଙ୍କୁ ଅଧିକ ଚର୍ଚ୍ଚିତ କରିଛି । ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ହେଲେ କାହିଁକି ଏପରି ଧମକ ମିଳୁଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଜଣେ ୧୦ ବର୍ଷର ବାଳକ ଯିଏକି ଆଧ୍ୟାତ୍ମିକତା ଛଡ଼ା କିଛି ବି ଜାଣନ୍ତିନି ସିଏ କାହାର କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ମା’ । ଅଭିନବ ଆରୋରାଙ୍କ ମା’ ଜ୍ୟୋତି ଆରୋରାଙ୍କ କହିବା ଅନୁସାରେ ତାଙ୍କୁ ପୁଅ ସେମିତି କିଛି ଭୁଲ୍ କରି ନାହିଁ । ଯେଉଁଥିପାଇଁ ତାଙ୍କୁ ଏମିତି ଧମକ ମିଳୁଛି । ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ଅଭିନବକୁ ମାରିଦେବାକୁ ଧମକ ଦେଉଛି । ଏହି ଅପପ୍ରଚାର ମାସ ମାସ ଧରି ଜାରି ରହିଛି । ଯାହାକୁ ନେଇ ଖୋଦ୍ ଅଭିନବ ମଧ୍ୟ ଅଭିଯୋଗ କରିଛନ୍ତି।

ତେବେ କୁହାଯାଉଛି ଭାଇରାଲ ହେଉଥିବା ଭିଡିଓ ସହ କାଳେ ଏହି ଘଟଣାର ଲିଙ୍କ ରହିଛି । ଏହା କେତେ ସତ କେତେ ମିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନଥିଲେ ବି ଅଭିନବଙ୍କ କିଛି କଥା, ଏହି ଚର୍ଚ୍ଚା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେ କହିଛନ୍ତି କି ଭିଡିଓରେ ଯାହା ଦେଖାଯାଇଛି ତାହା ସତ ନୁହେଁ, ଯାହା ସତ ତାହା ଦେଖାଯାଇ ନାହିଁ। ଏଣୁ ଏହି ସାଧାରଣ ଘଟଣାକୁ ଚର୍ଚ୍ଚିତ କରି ମୋ ପରିବାରକୁ ଭୟଭିତ କରିବା ଆଦୌ ଉଚିତ୍ ଲାଗୁନି।

ଅଭିନବ ଦିଲ୍ଲୀର ଜଣେ ଆଧ୍ୟାତ୍ମିକ କଣ୍ଟେଟ୍ କ୍ରିଏଟର । ଯିଏ କି ଭଗବାନଙ୍କ କଥାବସ୍ତୁକୁ ନେଇ ସବୁବେଳେ ପ୍ରଚାର ପ୍ରସାର କରନ୍ତି। ସାଧାରଣ ଲୋକଙ୍କ ନିକଟରେ ଆଧ୍ୟାତ୍ମିତା ପହଞ୍ଚାଇଥାଆନ୍ତି । ମାତ୍ର ୩ ବର୍ଷ ବୟସରୁ ଅଭିନବ ଆଧ୍ୟାତ୍ମିକତା ଆଡ଼କୁ ମନବଳାଇ ଆଜି ନିଜ ପରିଚୟ ତିଆରି କରିଛନ୍ତି। ହେଲେ ଏବେକାର ଏହି ଭାଇରାଲ ଭିଡିଓ ଘଟଣା ତାଙ୍କୁ ଅଡୁଆରେ ଛନ୍ଦି ଦେଇଛି।

Viral Lawrence Bishnoi
Advertisment
Advertisment