Advertisment

Jagdeep Dhankhar And Salman Khan: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ସଲମାନ ଖାନଙ୍କ ମଧ୍ୟରେ କ’ଣ ସମ୍ପର୍କ? ୨୭ ବର୍ଷ ପରେ ଚର୍ଚ୍ଚାରେ ଏହି ହାଇ-ପ୍ରୋଫାଇଲ୍ ମାମଲା

୧୯୯୮ ମସିହାରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ଜାମିନ୍ ପାଇବାରେ ସାହାଯ୍ୟ କରିଥିଲେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ସେତେବେଳେ ଧନଖଡ ସଲମାନଙ୍କ ସପକ୍ଷରେ ମାମଲା ଲଢ଼ିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଏହି ମାମଲାରେ ଜଡିତ ନଥିଲେ।

Dhankhar

Dhankhar

Advertisment

ଭାରତର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିକଟରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଧନଖଡ ଦର୍ଶାଇଥିଲେ। ତେବେ ତାଙ୍କର ଏହି ଆକସ୍ମିକ ନିଷ୍ପତ୍ତି ବହୁତ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ପ୍ରସିଦ୍ଧ ଓକିଲ ଥିଲେ। ୧୯୯୮ ମସିହାରେ ସେ ସଲମାନ ଖାନଙ୍କ ସହ ଜଡ଼ିତ କୃଷ୍ଣସାର ମୃଗ ଶିକାର ମାମଲାରେ ମଧ୍ୟ ଲଢ଼ିଥିଲେ। ଏହି ମାମଲାରେ ସେ ସଲମାନ ଖାନ, ସୈଫ ଅଲୀ ଖାନ, ତବୁ, ନୀଲମ ଏବଂ ସୋନାଲୀ ବେନ୍ଦ୍ରେଙ୍କ ଭଳି ଅନ୍ୟ ଅଭିଯୁକ୍ତଙ୍କ ପାଇଁ ପକ୍ଷ ରଖିଥିଲେ। ଧନଖଡଙ୍କ ଯୋଗୁଁ ଏହି ଅଭିନେତାମାନେ ଜାମିନ ପାଇଥିଲେ।

Advertisment

ସୂରଜ ବଡ଼ଜାତିୟାଙ୍କ ନିର୍ଦ୍ଦେଶନାରେ ‘ହମ ସାଥ-ସାଥ ହେଁ’ ଚଳଚ୍ଚିତ୍ରର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କନକାନି ଗାଁରେ କୃଷ୍ଣସାର ମୃଗ ଶିକାର ଘଟଣା ଘଟିଥିଲା। ଏହି ମାମଲାରେ ଦୁଇଟି କୃଷ୍ଣସାର ମୃଗ ଶିକାର ହୋଇଥିବା ଅଭିଯୋଗ ଉଠିଥିଲା। ଭାରତର ବନ୍ୟଜନ୍ତୁ ସୁରକ୍ଷା ଅଧିନିମ-୧୯୭୨ ଅନୁଯାୟୀ, ଲୁପ୍ତପ୍ରାୟ ପ୍ରଜାତି ଭାବେ କୃଷ୍ଣସାର ମୃଗକୁ ଅନ୍ତର୍ଭୂକ୍ତ କରାଯାଇଛି। ତେଣୁ ଏମାନଙ୍କୁ ଶିକାର କରିବା ଏକ ଆଇନଗତ ଅପରାଧ।

ଏହା ପରେ ସଲମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ସଲମାନ ଖାନଙ୍କୁ ଗିରଫ କରିଥିଲା ଯୋଧପୁର ପୋଲିସ। ଏ ମାମଲାରେ ସଲମାନଙ୍କ ପାଇଁ ଯୁକ୍ତି କରିଥିବା ପ୍ରଥମ ଓକିଲ ଥିଲେ ଧନଖଡ। ଜଗଦୀପ ଧନଖଡ଼ ସେହି ଓକିଲମାନଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ସଲମାନ ଏବଂ ଅନ୍ୟ ଅଭିନେତାମାନଙ୍କୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୮ରେ ସେ ସଲମାନ ଓ ଅନ୍ୟମାନଙ୍କୁ ଜାମିନ ଦେଇଥିଲେ। ଏ ନେଇ ସେତେବେଳେ ଧନଖଡଙ୍କ ସହଯୋଗୀ ଭାବେ କାମ କରିଥିବା ପ୍ରବୀଣ ବଲୱାଡା ଗଣମାଧ୍ୟମକୁ କହିଛନ୍ତି। ବଲୱାଡା କହିଛନ୍ତି, କେବଳ ସେହି ସମୟ ମଧ୍ୟରେ ଧନଖଡ଼ ସଲମାନଙ୍କ ପାଇଁ ମାମଲା ଲଢ଼ିଥିଲେ। ଏହା ପରେ ସେ ଏହି ମାମଲାରେ ଜଡ଼ିତ ନଥିଲେ।

Advertisment

୧୯୯୮ରେ ଧନଖଡ଼ ଏହି ମାମଲା ସମ୍ପର୍କରେ ରେଡିଫକୁ ଏକ ସାକ୍ଷାତକାର ମଧ୍ୟ ଦେଇଥିଲେ। ସଲମାନ ଏବଂ ଅନ୍ୟ ଅଭିନେତାମାନେ ଚଳଚ୍ଚିତ୍ର ସୁଟିଂ ସମୟରେ ଶିକାରକୁ ଯାଇଥିଲେ କି ନାହିଁ ତାହା ଉପରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ଏହା ବଦଳରେ ସେ ତଦନ୍ତ ଉପରେ ହିଁ ପ୍ରଶ୍ନ ଉଠାଇଥିଲେ। ତାଙ୍କ କହିବା ଥିଲା ଯେ ସେଟରେ ୩୦୦ ଜଣ ଲୋକ ଉପସ୍ଥିତ ଥିଲେ। ତେଣୁ ଯଦି ଏପରି କିଛି ଘଟିଥାନ୍ତା, ତେବେ କାହାକୁ ଏହି ଘଟଣା ବିଷୟରେ କିପରି ଜଣା ନଥିଲା?

ତାଙ୍କ ମତରେ, ଯେତେବେଳେ ପୋଲିସ ସଲମାନଙ୍କୁ ଗିରଫ କରିଥିଲା, ସେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ। ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ ଥିଲା। କୋର୍ଟରେ ଧନଖଡ଼ ଗାଁ ଲୋକଙ୍କ ବୟାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମତରେ, “ଗାଁ ଲୋକମାନେ କହୁଛନ୍ତି ଯେ ଏହି କଳାକାରମାନଙ୍କ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସମ୍ପୃକ୍ତି ଥିଲା। କିନ୍ତୁ ୩ ସପ୍ତାହ ପରେ ଅଭିଯୋଗ ଦାଖଲ କରିବା ଅପେକ୍ଷା ସେହି ସମୟରେ ସେମାନେ ଅଭିଯୁକ୍ତମାନଙ୍କୁ କାହିଁକି ପିଛା କରି ନଥିଲେ? ତିନି ସପ୍ତାହ ପରେ କାହିଁକି ଅଭିଯୋଗ କରାଗଲା?”

Advertisment

ଧନଖଡ଼ ପ୍ରାରମ୍ଭରେ ଏହି ମାମଲାରେ ଜଡ଼ିତ ଥିଲେ। ତା’ପରେ ସିଧାସଳଖ ୨୦ ବର୍ଷ ପରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପୁନର୍ବାର ଏହି ମାମଲାରେ ସାମିଲ ହୋଇଥିଲେ। ମାମଲାର କଥା କହିବାକୁ ଗଲେ, ୦୫ ଏପ୍ରିଲ ୨୦୧୮ରେ ସଲମାନ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଯୋଧପୁର କେନ୍ଦ୍ରୀୟ ଜେଲରେ ତାଙ୍କୁ ଦୁଇ ରାତି କାଟିବାକୁ ପଡ଼ିଥିଲା। ତା’ପରେ ୦୭ ଏପ୍ରିଲ ୨୦୧୮ରେ ଜିଲ୍ଲା ଓ ସେସନ୍ ବିଚାରପତି ରବୀନ୍ଦ୍ର କୁମାର ଜୋଶୀ ସଲମାନଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ ବିନିମୟରେ ଜାମିନ ମଞ୍ଜୁର କରିଥିଲେ। ଏହି ସମୟରେ ୨୫,୦୦୦ ଟଙ୍କାର ଦୁଇଜଣ ଜାମିନଦାର ମଧ୍ୟ ସାମିଲ ଥିଲେ।

ଅଧିକ ପଢନ୍ତୁ: ମୁଁ ଦଶମ ଫେଲ୍ ହୋଇ ମଧ୍ୟ ଜଣେ ଡବଲ ଏମବିଏ ଏବଂ ବ୍ୟାଙ୍କରଙ୍କୁ ବିବାହ କରିଛି

Salman Khan Rajasthan Jagdeep Dhankhar Blackbuck Poaching Case Jodhpur Central Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ