Advertisment

WhatsApp Group For Hindu Officers: ହିନ୍ଦୁ-ମୁସଲିମ୍‌ଙ୍କ ଅଲଗା ଗ୍ରୁପ୍‌ ନେଇ ତେଜିଲା ବିବାଦ; IAS କହିଲେ ...

IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍‌ଙ୍କ ମୋବାଇଲ୍‌ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍‌ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
WhatsApp Hindu IAS officers' group created in Kerala

Hindu IAS officers' group

ଆଜିକାଲି ସାଇବର ଠକେଇ, ଫୋନ୍ ହ୍ୟାକ କରିବା ସାଧାରଣ ଘଟଣା ହୋଇଗଲାଣି। ତେବେ ଜଣେ IAS ଅଫିସରଙ୍କ ଫୋନ୍ ହ୍ୟାକ୍‌ କରି ଦୁଇଟି ଗ୍ରୁପ୍‌ ନେଇ କେରଳରେ ବିବାଦ ଦେଖାଦେଇଛି। IAS ଅଫିସରଙ୍କ ଫୋନ୍‌ରୁ ହିନ୍ଦୁ ଏବଂ ମୁସଲମାନ ଅଧିକାରୀଙ୍କ ପାଇଁ ଦୁଇଟି ଅଲଗା ଅଲଗା ହ୍ୱାଟସ ଆପ୍ ଗ୍ରୁପ ସୃଷ୍ଟି କରାଯାଇଥିଲା। ବିବାଦ ବଢିବା ପରେ ଉଭୟ ହ୍ୱାଟସ୍ ଆପ୍ ଗ୍ରୁପ୍ ଡିଲିଟ୍ ହୋଇଯାଇଛି। ଏନେଇ IAS ଅଧିକାରୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

Advertisment

ସୂଚନା ଅନୁସାରେ, ଦୀପାବଳି ଦିନ IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍‌ଙ୍କ ମୋବାଇଲ୍‌ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍‌ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା। ତେବେ କେବଳ ହିନ୍ଦୁ ଅଧିକାରୀଙ୍କୁ ନେଇ ଗଠିତ ଏହି ଗ୍ରୁପରେ ଆଇଏଏସ୍ ଅଧିକାରୀଙ୍କ ଫୋନ୍‌ ନମ୍ବରରୁ ସୃଷ୍ଟି ହୋଇଥିଲା। ଅନେକ ଅଧିକାରୀ ଏହାକୁ ଅନୁପଯୁକ୍ତ ଏବଂ ଧର୍ମନିରପେକ୍ଷ ନୀତି ବିରୁଦ୍ଧ ବୋଲି କହିଥିଲେ। 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ଆଉ ଏକ ହ୍ୱାଟସ୍ ଆପ୍ ଗ୍ରୁପ୍ ସୃଷ୍ଟି ହୋଇଥିବା ଦାବି ହେଉଛି।

ଆଇଏଏସ୍ ଅଧିକାରୀ କେ ଗୋପାଳକୃଷ୍ଣନଙ୍କ ଅଭିଯୋଗ ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି କିନ୍ତୁ ଏହି ବିବାଦ ତୀବ୍ର ହେବାରେ ଲାଗିଛି। ତାଙ୍କ ଫୋନ୍ ହ୍ୟାକ୍ ହୋଇଥିବା ସେ ଦାବି କରିଛନ୍ତି। ତେବେ ସେ ଏବିଷୟରେ ଅବଗତ ନଥିବା କହିଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏମଆର ଅଜିତ କୁମାରଙ୍କୁ ନେଇ ଏକ ହାଇ ପ୍ରୋଫାଇଲ୍ ବିବାଦ ହେବା ପରେ ତାଙ୍କୁ ପଦରୁ ହଟାଇ ଦିଆଯାଇଛି।

Advertisment

୨୦୧୩ ବ୍ୟାଚର IAS ଅଧିକାରୀ କେ ଗୋପାଳକୃଷ୍ଣନ୍ ତାମିଲନାଡୁର ନାମାକ୍କାଲର । ଏହାପୂର୍ବରୁ ସେ ଥିରୁବନନ୍ତପୁରମର ଜିଲ୍ଲା କଲେକ୍ଟର, ଜଲାନିଧିର ସିଇଓ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଶିଳ୍ପ ଏବଂ ବାଣିଜ୍ୟ ବ୍ୟତୀତ ଗୋପାଳକୃଷ୍ଣ ଅନୁସୂଚିତ ଜାତି ବିକାଶ ବିଭାଗର ଦାୟିତ୍ୱରେ ଅଛନ୍ତି।

WhatsApp IAS Officer
Advertisment
Advertisment