• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଦ୍ୟୁତ କାଟ୍ ଯୋଗୁ ମଧ୍ୟପ୍ରଦେଶର ଉଜୈନରୁ ସାମ୍ନାକୁ ଆସିଲା ଏକ ଅଜବ ଘଟଣା । ବିବାହ ରୀତିନୀତି ଚାଲିଥିବା ବେଳେ ଅନ୍ଧାର କାରଣରୁ ଅଦଳବଦଳ ହୋଇଗଲେ ବର କନ୍ୟା । ଯେତେବେଳେ ଲାଇନ୍‌ ଆସିଲା ସେତେବେଳେ ବର କନ୍ୟା ଅଦଳବଦଳ ହୋଇଥିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ପରେ ବେଦି ଚାରିପଟେ ବୁଲିବା ବେଳେ ଭୁଲ୍‌ ସଂଶୋଧନ କରାଯାଇଥିଲା ।

ଉଜୈନର ଇଙ୍ଗୋରିଆ ପୋଲିସ୍ ଥାନା ଅନ୍ତର୍ଗତ ଅସଲାନା ଗାଁରେ ରମେଶଲାଲଙ୍କ ତିନି ଝିଅ ଏବଂ ଗୋଟିଏ ପୁଅର ବିବାହ କାର୍ଯ୍ୟ ଥିଲା । ରବିବାର ତାଙ୍କର ଦୁଇ ଝିଅ ନିକିତା ଏବଂ କରିସ୍ମାଙ୍କର ଦଙ୍ଗୱାଡ଼ାରେ ରହୁଥିବା ଭୋଲା ଏବଂ ଗଣେଶଙ୍କ ସହ ବିବାହ ଉତ୍ସବ ଚାଲିଥିଲା । ଏହି ଦୁଇ ଯୁବକ ଭିନ୍ନ ଭିନ୍ନ ପରିବାରର । ବରଯାତ୍ରୀ ପହଞ୍ଚିବା ବେଳକୁ ରାତି ପ୍ରାୟ ୧୧.୩୦ ହୋଇସାରିଥିଲା । ପରେ ରୀତିନୀତି ଅନୁସାରେ ମାତାଙ୍କ ପୂଜା ଆରମ୍ଭ ହୋଇଥିଲା । ଏହି ସମୟରେ ଦୁଇ ଜଣ କନ୍ୟା ନିଜ ନିଜ ବରଙ୍କ ହାତ ଧରି ପୂଜା ସମ୍ପନ୍ନ କରିଥିଲେ ।

ଏହି ସମୟରେ ନିକିତା ଗଣେଶଙ୍କୁ ଧରିଥିଲେ ଏବଂ କରିସ୍ମା ଭୋଲାଙ୍କ ହାତ ଧରିଥିଲେ । ରାତି ପ୍ରାୟ ୧୨.୩୦ ବେଳକୁ ଲାଇନ୍‌ ଆସିବା ପରେ ଉଭୟ ବର ଏବଂ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ଭୁଲକୁ ସକାଳ ୫ ଟାରେ ବେଦୀ ଚାରିପଟେ ବୁଲିବା ବେଳେ ସଂଶୋଧନ କରାଯାଇଥିଲା । ଅର୍ଥାତ୍‌ ଯେଉଁ କନ୍ୟା ପାଇଁ ଯେଉଁ ବର ସ୍ଥିର କରାଯାଇଥିଲା ସେମାନଙ୍କ ସହ ହିଁ ବେଦୀ ଚାରିପଟେ ବୁଲିବା ନୀତି ସମ୍ପନ୍ନ ହୋଇଥିଲା ।

ପରିବାର ଲୋକଙ୍କ କହିବାନୁଯାୟୀ, ଗାଁରେ ପ୍ରତିଦିନ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥାଏ । କେବଳ ଏତିକି ନୁହେଁ, ଏହି ପାୱାର କଟ୍ ଅନେକ ଘଣ୍ଟା ଧରି ରହିଥାଏ । ଏହି କାରଣରୁ ବିବାହ ଉତ୍ସବ ବେଳେ ବର ଓ କନ୍ୟା ଅଦଳବଦଳ ହୋଇଯାଇଥିଲେ ।