• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନାଟକ କରୁଛନ୍ତି ମମତା ! ଏକଥା ଆମେ କହୁ ନାହୁଁ । କୋଲକତା ଆର୍‌.ଜି କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ସୋସିଆଲ ମିଡିଆରେ ଏଭଳି ମନ୍ତବ୍ୟ ଦେଉଛନ୍ତି ୟୁଜର୍ସ । ସୋସିଆଲ ମିଡିଆ ୟୁଜର୍ସ ସିଧା ସିଧା ଲେଖିଛନ୍ତି ଯେ, ମୋଦିଙ୍କୁ ମମତା ଏଭଳି ଚିଠି ଲେଖି କେବଳ ନାଟକ କରୁଛନ୍ତି । ମମତାଙ୍କ ବିରୋଧରେ ଅନେକ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଉଠିବା ପରେ ମମତା ଏଭଳି ଚିଠି ଲେଖି ନିଜ ଦେହରୁ ଦାଗ ଲିଭାଇବାକୁ ଚେଷ୍ଟା କରିଛନ୍ତି ।

ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରମ୍ଭରୁ ମଉନ ଥିଲେ ମମତା । ହେଲେ ଯେତେବେଳେ ଜନସାଧାରଣ ମମତାଙ୍କ ବିରୋଧରେ ଚିତ୍କାର କରିବା ଆରମ୍ଭ କଲେ ସେତେବେଳେ ମମତାଙ୍କ ନିଦ ଭାଙ୍ଗିଲା । ଆଉ ତାପରଠାରୁ ସେ ନାଟକ ଆରମ୍ଭ କରିଛନ୍ତି ।

ତେବେ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିଠି ଲେଖିଛନ୍ତି ଯେ, ସାରା ଦେଶରେ ଦୈନିକ ହାରାହାରି ୯୦ଟି ଦୁଷ୍କର୍ମ ମାମଲା ଘଟୁଛି। ଏଭଳି ଘୃଣ୍ୟ କାର୍ଯ୍ୟ ସାରା ଦେଶପ୍ରତି ଲଜ୍ଜାଜନକ ସ୍ଥିତି ସୃଷ୍ଟି କରୁଛି। ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏଭଳି ଘୃଣ୍ୟ କାର୍ଯ୍ୟକୁ ଦୃଢ଼ ଦମନ ପାଇଁ କଡ଼ା ଆଇନ ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ଆଇନ ଆଣୁ ବୋଲି ମମତା ଦାବି କରିଛନ୍ତି। ସେହିଭଳି ବିଚାର ପ୍ରକ୍ରିୟା ୧୫ ଦିନରେ ସାରିବାକୁ ଆଇନରେ ବ୍ୟବସ୍ଥା କରାଯାଉ ବୋଲି ମମତା ଚିଠିରେ ଲେଖିଛନ୍ତି।

ଅନ୍ୟପଟେ ଏହି ଘଟଣା ନେଇ ସୁପ୍ରିମ୍‌କୋର୍ଟ ମଧ୍ୟ ଭର୍ତ୍ସନା କରିଛନ୍ତି  । ଦେଶର ଅନ୍ତରାତ୍ମାକୁ ଦୋହଲାଇ ଦେଇଥିବା କୋଲକାତାର ଅଭୟାକାଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ, ଭର୍ସନା, କଠୋର ପ୍ରଶ୍ନ । ସ୍ୱତଃ ସଜ୍ଞାନକୁ ନେବାର ଦିନକ ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଆଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ପ୍ରବଳ ବର୍ଷିଥିଲେ ।

ସବୁ ସମୟରେ କେବଳ ଦୁଷ୍କର୍ମ ଓ ହତ୍ୟା ହେଲେ ହିଁ ଅନ୍ତରାତ୍ମା ଜାଗିବା ଠିକ୍ ନୁହେଁ ବୋଲି ଶକ୍ତ ଟିପ୍ପଣୀ ରଖି ଏ ଘଟଣା କେବଳ ଭୟାବହ ନୁହେଁ, ବରଂ ପୂରା ଭାରତରେ ଡାକ୍ତରଙ୍କ ସୁରକ୍ଷାରେ ଥିବା ଦୁର୍ବଳତାର ନିଦର୍ଶନ ବୋଲି ମନ୍ତବ୍ୟ ଦେଇଥିଲେ । ଏଥିସହ ଘଟଣା ସଂପର୍କରେ କାହିଁକି ବିଳମ୍ବରେ ଏଫ୍ଆଇଆର ହେଲା, ଆର.ଜି.କର. ମେଡିକାଲ କଲେଜ ପ୍ରଶାସନ କରୁଥିଲା କଣ ବୋଲି ପ୍ରଶ୍ନ କରି ତତ୍କାଳୀନ ପ୍ରିନିସିପାଲଙ୍କ ଦ୍ୱାରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି କୋର୍ଟ।

ସେହିପରି ହସ୍ପିଟାଲ ଭିତରକୁ ୭ ହଜାର ଲୋକ ପଶି ଭଙ୍ଗାରୁଜା, ଲଙ୍କାକାଣ୍ଡ କରିବା ଘଟଣାରେ ମଧ୍ୟ ପୋଲିସ ପ୍ରଶାସନ ଉପରେ କଡ଼ା ପ୍ରହାର କରିବା ସହ କ୍ରାଇମ୍ ସିନ୍ ସୁରକ୍ଷିତ ରଖା ଯାଇ ନପାରିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ କାହିଁକି ଶବ ଦେଖିବାକୁ ଦିଆଗଲା, ତାଙ୍କ ନାଁ ଓ ଫଟୋ ଭାଇରାଲ୍ ହେବା ଘଟଣାରେ ବି ଉଦବେଗ ପ୍ରକାଶ କରିଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now