Advertisment

୭ ଦିନ ସ୍ଥିର ରହିବା ପରେ ହ୍ରାସ ପାଇଲା ତୈଳ ଦର

ସାରା ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି ଯାହା କି ସାଧାରଣ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଛି। ଗତ ୭ ଦନ ହେବ ରିଟେଲ ଫୁଏଲ ଦାମ ସ୍ଥିର ଥିଲା। ସେଥିପାଇଁ ଅଏଲ ମାର୍କେଟିଂ କମ୍ପାନୀ ତୈଳ ଦର ହ୍ରାସ କରିଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
undefined

petrol diesel prices reduced

ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ସାରା ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି ଯାହା କି ସାଧାରଣ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଛି। ଗତ ୭ ଦନ ହେବ ରିଟେଲ ଫୁଏଲ ଦାମ ସ୍ଥିର ଥିଲା। ସେଥିପାଇଁ ଅଏଲ ମାର୍କେଟିଂ କମ୍ପାନୀ ତୈଳ ଦର ହ୍ରାସ କରିଛନ୍ତି। 

Advertisment

ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ-ଡିଜେଲ ଦର ୧୫ ପଇସା ଲେଖାଏ ହ୍ରାସ ପାଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୫ ପଇସା କମିଥିବାବେଳେ ଡିଜେଲ ୧୩ ପଇସା କମିଛି। ଏଠି କହି ରଖିବୁ ଶେଷ ଥର ପାଇଁ ଅଗଷ୍ଟ ୨୪ ତାରିଖରେ ପେଟ୍ରୋଲ-ଡିଜେଲ ଦରରେ ୧୫-୧୫ ଲେଖାଏ ହ୍ରାସ ପାଇଥିଲା।

Advertisment

ଗତ କିଛି ଦିନ ହେବ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ଦର ହ୍ରାସ ପାଇଥିଲା। ବ୍ରେଣ୍ଟ କ୍ରୁଡ ଦାମ ୦.୮୩ ପ୍ରତିଶତ ହ୍ରାସ ପାଇଥିବାବେଳେ ପ୍ରତି ବାରେଲ ପିଛା ଦର ୭୧.୬୩ ଡଲାର ହୋଇଥିଲା। ମଙ୍ଗଳବାର କଞ୍ଚା ତୈଳର ଦାମ ୬୧ ଟଙ୍କା ହ୍ରାସ ପାଇବା ପରେ ବାରେଲ ପିଛା ଦର ଥିଲା ୫୦୧୦ ଟଙ୍କା।

ଏଠି କହିରଖିବୁ, କ୍ରୁଡ ଅଏଲ ଦର ଏବଂ ବିଦେଶୀ ମୁଦ୍ରା ମୂଲ୍ୟକୁ ହିସାବ କରି ଦେଶରେ ପ୍ରତିଦିନ ପେଟ୍ରୋଲ-ଡିଜେଲ ଦରରେ ପରବର୍ତ୍ତନ ଘଟେ,  ଯାହା ପ୍ରତିଦିନ ସକାଳ ୬ଟାରୁ ଦେଶର ସମସ୍ତ ପେଟ୍ରୋଲ ପମ୍ପରେ କାର୍ଯ୍ୟକାରୀ ହୋଇଥାଏ। ତେବେ ସବୁ ରାଜ୍ୟର ସ୍ଥାନୀୟ ମୂଲ୍ୟ ଭିନ୍ନ ହୋଇଥିବାରୁ ଫୁଏଲ ଦାମ ମଧ୍ୟ ସବୁ ରାଜ୍ୟରେ ସମାନ ହୋଇ ନ ଥାଏ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୩୪ ଟଙ୍କା ଥିବାବେଳେ ଡିଜେଲ ୮୮.୭୭ ଟଙ୍କା ରହିଛି। ସେହପରି ମୁମ୍ବାଇରେ ପେଟ୍ରୋଲ ୧୦୭.୫୨ ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ରହିଛି ୯୬.୪୮ଟଙ୍କା। ସେହିପରି କୋଲକାତାରେ ପେଟ୍ରୋଲ ୧୦୧.୭୨ ଏବଂ ଡିଜେଲ ୯୧.୮୪, ଚେନ୍ନାଇରେ ପେଟ୍ରୋଲ ୯୯.୦୮ ଏବଂ ଡିଜେଲ ୯୩.୩୮ ପ୍ରତି ଲିଟର ରହିଛି। 

Petrol Prices Petrol Price Reduced
Advertisment
Advertisment