• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହ ଉତ୍ସବ ପାଇଁ କାର୍ଡ ଛପାଯାଏ । କାର୍ଡରେ ବରକନ୍ୟାଙ୍କ ନାମ, ବିବାହ କାର୍ଯ୍ୟସୂଚୀ ଓ ପରିବାର ବର୍ଗଙ୍କ ନାଁ ପରି ଅନେକ ତଥ୍ୟ ଦିଆଯାଇଥାଏ । ହେଲେ କେବେ ଆପଣ ଚିନ୍ତା କରିଛନ୍ତି ? ବିବାହ ଉତ୍ସବରେ ଯୋଗଦେବା ପାଇଁ କରାଯାଇଥିବା କାର୍ଡରେ ଅତିଥିଙ୍କ ପାଇଁ ସତର୍କ ସୂଚନା ଦିଅନ୍ତି ବର ଓ କନ୍ୟା ପକ୍ଷ।

ଆଜ୍ଞା ହଁ ସେହିପରି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ବିବାହ ଉତ୍ସବରେ ଯୋଗଦେବାକୁ ଥିବା ଅତିଥିଙ୍କ ପାଇଁ କିଛି ବିଶେଷ ସୂଚନା ଦେଇଛନ୍ତି ବର-କନ୍ୟା ପକ୍ଷ । ଛପା ଯାଇଥିବା ବିବାହ କାର୍ଡରେ ଅତିଥି ମାନଙ୍କୁ ମଦ୍ୟପାନ କରି ବିବାହ କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯାଇଛି।

ବିବାହ କାର୍ଡରେ ଲେଖାଯାଇଥିବା ଦୁଇଟି ଛୋଟିଆ ଧାଡ଼ିରେ ଅତିଥିମାନଙ୍କୁ ‘ମଦ୍ୟ ପାନ କରି ଉତ୍ସବରେ ଯୋଗ ଦିଅନ୍ତୁ ନାହିଁ’ ବୋଲି ବାରଣ କରାଯାଇଛି । ଅହମ୍ମଦାବାଦ ରାଜକୋଟର ହଦଳା ଗାଁରେ ଏହି ବିବାହ ହୋଇଛି । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ବିବାହ କାର୍ଡରେ ଦିଆଯାଇଥିବା ବାର୍ତ୍ତାକୁ ନେଇ ଉଭୟ ବର ପକ୍ଷ ଓ କନ୍ୟା ପକ୍ଷ ପ୍ରତିକ୍ରିୟା ରଖିଛନ୍ତି ।

ସେମାନେ କହିଛନ୍ତି, ବିବାହ ଉତ୍ସବରେ କୌଣସି ଗଣ୍ଡଗୋଳ ନହେବାକୁ ନେଇ ଏପରି ପଦକ୍ଷେପ ନିଆଯାଇଛି । ସମସ୍ତେ ଭଲ ଭାବରେ ବିବାହ ଉତ୍ସବରେ ଯୋଗଦିଅନ୍ତୁ । ନିକଟରେ ଆମ ପଡୋଶୀଙ୍କ ଏକ ବିବାହ କାର୍ଯ୍ୟ ହୋଇଥିଲା । ହେଲେ ମଦ୍ୟପାନ କରିବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ବିବାହ କାର୍ଡରେ ବନ୍ଧୁ ମାନଙ୍କୁ ଏହି ବାର୍ତ୍ତା ଦିଆଯାଇଛି ।