• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବେଆଇନ୍‌ ଅର୍ଥ ହେରଫେର ଘଟଣା ପରେ ସରକାର ନେଇଥିଲେ ପଦକ୍ଷେପ । କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଉପରେ ଦେଇଥିଲେ ଗୁରୁତ୍ୱ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଟ୍ରେଡିଂ ଆପ୍‌ ଉପରେ ରକ୍‌ ଲାଗାଯାଇଥିଲା । ଆଉ ସେଗୁଡ଼ିକୁ ଇଣ୍ଟରନେଟ୍‌ରୁ ହଟାଇଦେବାକୁ କୁହାଯାଉଥିଲା । ଆଉ ବର୍ତ୍ତମାନ ପୁଣି ସେହିସବୁକୁ ନେଇ ଖବର ସାମ୍‌ନାକୁ ଆସିଛି ।

ଗତ ବର୍ଷ ଡିସେମ୍ବର ୨୮ ତାରିଖରେ ଭାରତରେ ବେଆଇନ ଭାବେ କାର୍ଯ୍ୟ କରିବା ପାଇଁ ବିନାନ୍ସ, କୁକୋଇନ୍, ହୁବି ପରି କିଛି ଟ୍ରେଡିଂ ଆପ୍‌କୁ ସୋ-କଜ୍‌ ପଠାଯାଇଥିଲା । ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ଏହି କମ୍ପାନୀଗୁଡିକ ସ୍ଥାନୀୟ ଟିକସ ନିୟମ ପଞ୍ଜିକରଣ ଏବଂ ପାଳନ କରିବାରେ ବିଫଳ ହୋଇଥିଲେ । ତେଣୁ ଅର୍ଥ ମନ୍ତ୍ରଣାଳୟ ସେମାନଙ୍କର URL ଗୁଡିକ ହଟାଇଦେବାକୁ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲା ।

ହେଲେ ଏବେ ବିନାନ୍ସର ଗ୍ରାହକ ସୋସିଆଲ ମିଡିଆ ‘X’ରେ କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଏକ ଆଇପି ବ୍ଲକ୍ ବିଷୟରେ ଜାଣିଛୁ । ବିନାନ୍ସ ସମେତ ଅନେକ କ୍ରିପ୍ଟୋ ଫାର୍ମ ଉପରେ ଏହାର ପ୍ରଭାବ ରହିଥାଏ । ଏହା କେବଳ ଉପଭୋକ୍ତାଙ୍କୁ ପ୍ରଭାବିତ କରିଥାଏ ଯେଉଁମାନେ ଭାରତୀୟ ଆଇଓଏସ୍ ଆପ୍ ଷ୍ଟୋର୍ କିମ୍ବା ଭାରତରୁ ବିନାନ୍ସ ୱେବସାଇଟ୍ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ପୂର୍ବରୁ ବିନାନ୍ସ ଆପ୍‌ରେ ଅଛନ୍ତି ସେମାନେ ପ୍ରଭାବିତ ନୁହଁନ୍ତି ।

ଏହି ସପ୍ତାହ ଆରମ୍ଭରେ, ଆପଲ୍ ଭାରତର ଆପ୍ ଷ୍ଟୋର୍‌ରୁ ବିନାନ୍ସ ଏବଂ କୁକୋଇନ୍ ସମେତ କିଛି ଗ୍ଲୋବାଲ୍ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍ ଅପସାରଣ କରିଥିଲା । ହେଲେ ଏପରି ଏକ ପୋଷ୍ଟ ଏବେ ସୋସିଆଲ ଭିଡିଆରେ ଦେଖିବାକୁ ମିଳିଛି । ହେଲେ ଏହା କେତେ ସତ୍ୟ ତାହା ସ୍ପଷ୍ଟ ହୋଇନାହିଁ ।