/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743639898.jpg)
ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍
ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗତକାଲି ବିଳମ୍ବିତ ରାତିରେ ବିଲ୍ ଉପରେ ମୋହର ମାରିଛି ଲୋକସଭା । ୧୨ ଘଣ୍ଟା ଧରି ମାରାଥନ ବିତର୍କ ପରେ ରାତି ୨ଟା ବେଳେ ବିଲ୍ ଲୋକସଭାରେ ପାରିତ ହୋଇଥିଲା । ବିଲ୍ ସପକ୍ଷରେ ୨୮୮ଟି ଭୋଟ ପଡ଼ିଥିବା ବେଳେ ବିଲ୍ ବିପକ୍ଷରେ ୨୩୨ଟି ଭୋଟ ପଡ଼ିଥିଲା । ଆଜି ଏହି ବିଲ୍ ରାଜ୍ୟସଭାରେ ଉପସ୍ଥାପନ କରାଯିବ ।
ଅଧିକ ପଢ଼ନ୍ତୁ: କ୍ରାସ୍ ହେଲା IAF ଫାଇଟର ଜେଟ୍, ଦୁର୍ଘଟଣା ପରେ ଜଳିଗଲା ଯୁଦ୍ଧ ବିମାନ
୧୯୯୫ ୱାକଫ୍ ଆଇନର ସଂଶୋଧନ ପାଇଁ ଏହି ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଜେପିସି ଦ୍ବାରା ବିଲ୍ ନେଇ ଆଲୋଚନା ବେଳେ ବିରୋଧୀଙ୍କ ମତକୁ ଗ୍ରହଣ କରାଯାଇନଥିବା ବିରୋଧୀ ଅଭିଯୋଗ ଆଣି ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ସଂଖ୍ୟାଲଘୁଙ୍କୁ ଅପମାନିତ କରବା ପାଇଁ ଏହି ବିଲ୍ ସରକାର ଆଣିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏହି ବିଲ୍ ପ୍ରତିବାଦରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ଲୋକସଭାରେ ବିଲ୍ର ନକଲକୁ ଚିରି ଦେଇଥିଲେ । ତେବେ ବିରୋଧୀଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ସରକାର ।
ଏହି ବିଲ୍ କେବଳ ୱାକଫ୍ର ସଂପତ୍ତି ଓ ଏହାର ପରିଚାଳନା ନେଇ ଅଣାଯାଇଛି । ଏଥିରେ କୌଣସି ଧର୍ମ ପ୍ରସଙ୍ଗ ନାହିଁ ବୋଲି ସରକାର ଯୁକ୍ତି ରଖିଥିଲେ । କଂଗ୍ରେସ ଶାସନ ବେଳେ ଅନେକ ଜମି ଓ ସଂପତ୍ତି ଅକ୍ତିଆର କରିଛି ୱାକଫ୍ । ହେଲେ ଏହାର ଫାଇଦା ମୁସଲିମ ମହିଳା କି ପିଲା ପାଉନାହାନ୍ତି । ଏହି ବିଲ୍ ମୁସଲିମ ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବ ବୋଲ ସରକାର ଯୁକ୍ତି ରଖିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)