/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675178436.jpg)
Andhra Pradesh
ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ବିଶାଖାପାଟଣା । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଘୋଷଣା। ୨୦୧୫ରେ ଅମରାବତୀ, ୨୦୨୦ରେ ବିଶାଖାପାଟଣା, ଅମରାବତୀ ଏବଂ କୁର୍ଣ୍ଣୁଲ । ୨୦୨୩ରେ ବିଶାଖାପାଟଣା । ଏଥର ରାଜ୍ୟ ରାଜଧାନୀ ବିଶାଖାପାଟଣା କରିବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ସେ ସ୍ପଷ୍ଟ କରିଛନ୍ତି, ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟର ରାଜଧାନୀ ଅମରାବତୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର ହେବ । ସେ ନିଜେ ମଧ୍ୟ ତାଙ୍କ ଅଫିସ ଭାଇଜାଗ ଅର୍ଥାତ୍ ବିଶାଖାପାଟଣାକୁ ସ୍ଥାନାନ୍ତର କରିବେ ।
ଆସନ୍ତା ମାର୍ଚ୍ଚ ୩ ଏବଂ ୪ ତାରିଖ ଦୁଇ ଦିନ ଧରି ବିଶାଖାପାଟଣାରେ ଆୟୋଜିତ ହେବ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ । ଦେଶ ବିଦେଶର ଅନେକ ନିବେଶକ ଏବଂ ବଡ ବଡ ଶିଳ୍ପପତି ଏଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଆଜି ଦିଲ୍ଲୀରେ ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଜଗନମୋହନ ନୂଆ ରାଜଧାନୀ ନାଁ ଘୋଷଣା କରିବା ସହ ପୁଞ୍ଜିପତି ଓ ନିବେଶକଙ୍କୁ ଆନ୍ଧ୍ରକୁ ନିମନ୍ତ୍ରଣ କରିଛନ୍ତି ।
୨୦୧୪ରେ ଆନ୍ଧ୍ରପ୍ରଦେଶରୁ ବିଭାଜନ ହୋଇ ତେଲେଙ୍ଗାନା ରାଜ୍ୟ ଗଠନ ହେଲା । ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ଉଭୟ ରାଜ୍ୟର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ୨୩ ଏପ୍ରିଲ ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଅମରାବତୀକୁ ଆନ୍ଧ୍ରର ରାଜଧାନୀ ଘୋଷଣା କରିଥିଲେ ।
୨୦୨୦ରେ ନିଷ୍ପତ୍ତି ବଦଳାଇଥିଲେ ନୂଆ ସରକାର । ଅମରାବତୀରେ ନାଇଡୁ ସରକାର ବ୍ୟାପକ ଜମି ଜାଲିଆତି କରିଥିବା ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍ ଜଗନମୋହନ ରେଡ୍ଡୀ । ଏଥିସହ ତିନି ତିନିଟି ରାଜଧାନୀ ପାଇଁ ପ୍ରସ୍ତାବ ଦେଇଥିଲେ ବିଶାଖାପାଟଣାକୁ କାର୍ଯ୍ୟକାରୀ ରାଜଧାନୀ, ଅମରାବତୀକୁ ବ୍ୟବସ୍ଥାପିକା ଏବଂ କୁର୍ଣ୍ଣୁଲକୁ ନ୍ୟାୟିକ ରାଜଧାନୀ କରିବାକୁ ହୋଇଥିଲା ଘୋଷଣା । ତେବେ ସେହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଏଭଳି ସ୍ଥିତିରେ ଆଜି ବିଶାଖାପାଟଣାକୁ ଆନ୍ଧ୍ରର ରାଜଧାନୀ କରିବାକୁ ଘୋଷଣା କରିଛନ୍ତି ଜଗନମୋହନ ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)