• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେଲା ବିଶାଖାପାଟଣା । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏନେଇ ଘୋଷଣା କରିଛନ୍ତି । ମାର୍ଚ୍ଚ ମାସରେ ଆନ୍ଧ୍ର ପ୍ରଦେଶର ରାଜଧାନୀ ହେବ ବିଶାଖାପାଟଣା । ଆଗାମୀ କିଛି ମାସ ମଧ୍ୟରେ ରାଜଧାନୀ ବଦଳିବା ପ୍ରକ୍ରିୟା ଶେଷ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି ।

ଦିଲ୍ଲୀରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ କନଫରେନ୍ସରେ ମୁଖ୍ୟମନ୍ତ୍ରୀ ଜଗନ ପୁଞ୍ଜିପତି ଓ ନିବେଶକଙ୍କୁ ଆନ୍ଧ୍ରକୁ ନିମନ୍ତ୍ରଣ କରିଛନ୍ତି । ଏଥିସହ ଚଳିତ ବର୍ଷ ମେ’ ମାସରେ ବିଶାଖାପଟନମରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମ୍ମିଳନୀକୁ ସେ ସମସ୍ତ ଶିଳ୍ପପତି ଆସନ୍ତୁ ବୋଲି କହିଛନ୍ତି। ତେବେ ଏକାସଙ୍ଗେ ୩ଟି ରାଜଧାନୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନେଇଥିବା ସେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ୨୦୧୪ରେ ଆନ୍ଧ୍ରପ୍ରଦେଶରୁ ତେଲେଙ୍ଗାନା ବିଭାଜନ ହେଲା ପରେ ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ଉଭୟ ରାଜ୍ୟର ରାଜଧାନୀ ଘୋଷିତ କରାଯାଇଥିଲା । ଏହାର ସମୟସୀମା ପୁରା ହେବା ପରେ ହାଇଦ୍ରାବାଦକୁ ତେଲେଙ୍ଗାନାର ରାଜଧାନୀ ଘୋଷଣା କରାଯାଇଥିଲା । ୨୦୨୪ ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଘୋଷଣା କରିବାର ଥିଲା । ଆଜି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନୂଆରାଜଧାନୀ ଭାବେ ବିଶାଖାପାଟଣାକୁ ଘୋଷଣା କରିଛନ୍ତି ।