Advertisment

‘ଭୟା ପୂରା ଉଡ଼ଗୟା...’ ଛତିଶଗଡ଼ ନକ୍ସଲ ହିଂସା ପରେ ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା

ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳିମାଡ଼ର ଶଦ୍ଦ ରହିଛି। ଭିଡିଓରେ ଜଣେ ‘ଭୟା ପୂରା ଉଡଗୟା’ କହୁଥିବା ଶୁଣିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Viral video

Viral video surfaces showing moments after Dantewada Naxal attack in Chhattisgarh

ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ ଆତଜାତ ଦୃଶ୍ୟ ଓ ଗୁଳିମାଡ଼ର ଶଦ୍ଦ ରହିଛି। ଭିଡିଓରେ ଜଣେ ‘ଭୟା ପୂରା ଉଡଗୟା’ କହୁଥିବା ଶୁଣିବାକୁ ମିଳିଛି। କିଛି ଦୂରରେ ଧୂଆଁଳିଆ ଦିଶିବା ସହ ଲୋକଙ୍କ ଚିତ୍କାର ବି ଶୁଭୁଛି। ଲୋକଙ୍କ ଚିତ୍କାର ଶୁଣାଯିବା ପରେ ପରେ ଗୁଳିମାଡ଼ର ଶବ୍ଦ ବି ଶୁଭୁଛି।

Advertisment

ଅଧିକ ପଢ଼ନ୍ତୁ: ‘ଯୌନ ନିର୍ଯାତନା ଦେଉଛନ୍ତି ନକ୍ସଲ୍‌’

ଖାଲି ଏତିକି ନୁହେଁ ଭାଇରାଲ୍‌ ଭିଡିଓରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଜଙ୍ଗଲକୁ ଖସି ପଳାଉଥିବା ଦେଖିବାକୁ ମିଳିଛି। ନକ୍ସଲଙ୍କ ବିସ୍ଫୋରଣ ପରେ ଭିଡିଓ ଉତ୍ତୋଳନ ହୋଇଥିବା ଅନୁମାନ କରାଯାଉଛି। ଖବର ଲେଖାଯିବା ସୁଦ୍ଧା ଭିଡିଓଟି ପ୍ରକୃତରେ କେଉଁ ସମୟର ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ସୂଚନାଥାଉ କି, ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଗତକାଲି ନକ୍ସଲଙ୍କ ଆମ୍ବୁସରେ ୧୦ ଜଣ DRG ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। 

Advertisment

ଛତିଶଗଡ ଦନ୍ତେୱାଡାରେ ହୋଇଥିବା ନକ୍ସଲ IED ବିସ୍ଫୋରଣ ସ୍ଥଳରେ ୧୦ ଫୁଟର ଗାତ ହୋଇଛି। ୨୦ ଫୁଟ ଓସାରର ମଜବୁତ୍‌ ପିଚୁ ରାସ୍ତା ଦୁଇ ଭାଗ ହୋଇଯାଇଛି। ବିସ୍ଫୋରଣରେ ଯବାନଙ୍କ ଗାଡ଼ିର ଆଉ ଚିହ୍ନବର୍ଣ୍ଣ ନାହିଁ। ବିସ୍ଫୋରଣରେ ଗାଡ଼ିଟି ୨୦ ଫୁଟ ଉପରକୁ ଉଠିଥିବା ବେଳେ ଗାଡିର ଭଗ୍ନାଂଶ ଦେଢ ଶହ ମିଟର ଯାଏ ଛିଟିକି ପଡିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ମାଓ ଅପରେସନରେ ବାହାରିଥିବା DRG ଯବାନ ଭଡ଼ା ଗାଡି ବ୍ୟବହାର କରିଥିଲେ। ଯାହା ବୋମା ନିରୋଧୀ ନଥିଲା। ବିସ୍ଫୋରଣରେ ନକ୍ସଲ ୫୦ କେଜିର ବିସ୍ଫୋରକ ବ୍ୟବହାର କରିଥିବା ସୂଚନା ମିଳିଛି।

Viral Video Naxal Attack Naxal Attack In Chhattisgarh
Advertisment
Advertisment