• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍‌ ଅଭିନେତା ଅମନ ଧଲିୱାଲଙ୍କୁ ଆକ୍ରମଣ । ଅନେକ ହିନ୍ଦି ତଥା ପଞ୍ଜାବି ଫିଲ୍ମରେ କାମ କରି ପରିଚୟ ପାଇଥିବା ଅମନଙ୍କୁ ଆକ୍ରମଣ କରାଯାଇଛି । ଜିମ୍‌ରେ ପହଞ୍ଚିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ କରିଛି । ଏଥିରେ ସେ ଗୁରୁତର ହୋଇଛନ୍ତି । ତାଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ କ୍ଷତ ଚିହ୍ନ ରହିଛି । ତାଙ୍କ ମୁହଁରେ ବି ଆଘାତ ଲାଗିଛି । ସବୁଠାରୁ ବଡ଼ କଥା ହେଲା, ଅମନଙ୍କୁ ଆକ୍ରମଣର ପୁରା ଭିଡିଓ  ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । 

ମିଳିଥିବା ସୁଚନା ଅନୁଯାୟୀ, ଅମନ କାଲିଫର୍ଣ୍ଣିଆର ଗ୍ରାଣ୍ଡ ଓକ୍‌ସରେ ଥିବା ପ୍ଲାନେଟ ଫିଟ୍‌ନେସ୍‌ ଜିମ୍‌ରେ ୱାର୍କ ଆଉଟ୍‌ ପାଇଁ ପହଞ୍ଚିବା ବେଳେ ତାଙ୍କୁ ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିଲା । ସେ ହାତରେ ଏକ ମାରଣାସ୍ତ୍ର ଧରିଥିଲା । ତେବେ କିଛି ସମୟ ଧରି ଅମନଙ୍କୁ ଆକ୍ରମଣ କରିବା ପରେ ଅଚାନକ ବାଜି ପଲଟିଯାଇଥିଲା । ଅମନ ସୁଯୋଗ ଦେଖି ଦୁର୍ବୃତ୍ତକୁ କାବୁ କରିନେଇଥିଲେ । ହେଲେ ତାପୂର୍ବରୁ ଅମନଙ୍କ ଶରୀର ଓ ମୁହଁରେ ଛୁରା ମାଡ଼ କରିସାରିଥିଲା ଦୁବୃର୍ତ୍ତ । ତେବେ ଅମନ ତାକୁ କାବୁ କରିବା ପରେ ପାଖରେ ଥିବା ଅନ୍ୟ ଲୋକମାନେ ମଧ୍ୟ ତାକୁ ଧରି ନେଇଥିଲେ । ଆଉ ସୌଭାଗ୍ୟବଶତଃ ଅମନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା ।

ଖବର ପାଇ ପୋଳିସ ଘଟଣାଳସ୍ଥଳରେ ପହଞ୍ଚି ଦୁର୍ବୃତ୍ତକୁ ଗିରଫ କରିଛି । ତେବେ ଏହି ଆକ୍ରମଣର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଅମନ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ସ୍ଟିଚ୍‌ ପଡ଼ିଛି । ସେ ଏବେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି । ଅମନ ପଞ୍ଜାବ ମାନ୍‌ସାର ସ୍ଥାୟୀ ବାସିନ୍ଦା । ମଡେଲିଂରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆରମ୍ଭରୁ ଅନେକ ପଞ୍ଜାବି ଆଲବମ୍‌ରେ ସେ କାମ କରିଛନ୍ତି ।

୨୦୦୭ରେ ସେ ଅଭିନୟ ଜଗତରେ ପାଦ ରଖିଥିଲେ । ସନି ଦେଓଲଙ୍କ ବିଗ୍‌-ବ୍ରଦର ଫିଲ୍ମରେ ଏକ ଛୋଟ ରୋଲ୍‌ରୁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ । ଖାଲି ସେତିକି ନୁହେଁ ଯୋଦ୍ଧା ଆକ୍‌ବରରେ ସେ ରାଜକୁମାର ରତନ ସିଂହ ଭୁମିକାରେ ନଜର ଆସିଥିଲେ ।