• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଇପିଏସ୍ ବାପାଙ୍କୁ ସ୍ୟାଲୁଟ୍ କଲେ ଆଇପିଏସ୍ ଝିଅ । ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ୍ ପୋଲିସ ଟ୍ରେନିଂ ସେଣ୍ଟରରେ ଦେଖିବାକୁ ମିଳିଛି ଏଭଳି କିଛି ହୃଦୟସ୍ପର୍ଶୀ ଦୃଶ୍ୟ । ଆସାମ ଡିଜିପି ଜ୍ଞାନେନ୍ଦ୍ର ପ୍ରତାପ ସିଂହ ଆଉ ତାଙ୍କୁ ସ୍ୟାଲୁଟ୍ କରିଛନ୍ତି ନୂତନ ଭାବେ IPS ହୋଇଥିବା ତାଙ୍କ ଝିଅ ଐଶ୍ଚର୍ଯ୍ୟା । ଗତକାଲି ଟ୍ରେନିଂ ସରିବା ପରେ ବାପାଙ୍କୁ ସମ୍ମାନସୂଚକ ଅଭିବାଦନ ଜଣାଇଥିଲେ ଐଶ୍ଚର୍ଯ୍ୟା । ଉଭୟଙ୍କ ପାଇଁ ଏହି ମୁହୂର୍ତ୍ତ ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ ଓ ସ୍ମୃତିମଧୁର ।

ଆସାମ ଡିଜିପି ଜିପି ସିଂହ ଏହି ସମୟର ଭିଡିଓ ସେୟାର କରିଛନ୍ତି । ୩୦ ବର୍ଷ ତଳେ ସେ ୪୪ତମ ବ୍ୟାଚରେ ଥିବା ବେଳେ ଝିଅ ୭୪ତମ ବ୍ୟାଚ । ଐଶ୍ଚର୍ଯ୍ୟା ଛୋଟ ବେଳୁ ଭାରତୀୟ ପୋଲିସ୍ ଫୋର୍ସରେ ସାମିଲ ହେବାକୁ ସ୍ୱପ୍ନ ଦେଖିଥିଲେ ଯାହା ଏବେ ସତ ହୋଇଛି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ବେଶ୍ ଚର୍ଚ୍ଚା ସାଉଁଟୁଛି ।