Advertisment

ଫ୍ଲାଇଟ୍‌ ଭିତରେ ଯାତ୍ରୀଙ୍କୁ ସଟ୍ ଅପ୍‌ କହିଲେ ଏୟାର ହୋଷ୍ଟେସ୍‌, ଦେଖନ୍ତୁ ଭିଡିଓ...

ଏୟାର ହୋଷ୍ଟେସ୍‌ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।

ଅଦ୍ୟତନ ହୋଇଛି
Crew and Passenger Fight in Flight

Flight Viral Video

Advertisment

ଖୁବ୍‌ ଭାଇରାଲ ହେଉଛି ଭଡିଓ । ଫ୍ଲାଇଟ୍‌ ଭିତରେ ଲାଗିଗଲେ ଧୁମ୍‌ ଯୁକ୍ତି ତର୍କ । ଏୟାର ହୋଷ୍ଟେସ୍‌ ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ନେଇ ହେଉଥିବା ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରେ ଜଣେ ଏୟାର ହୋଷ୍ଟେସ୍‌ ଜଣେ ଯାତ୍ରୀଙ୍କୁ ଶାଳୀନତା ଶିଖାଉଥିବା ଦେଖାଯାଇଛି । ଭାଇରାଲ ଭିଡିଓ ରେ ଶୁଭୁଥିବା ଏହାର ହୋଷ୍ଟେସ୍‌ଙ୍କ କଥାରୁ ଯାହା ଜଣାପଡ଼ୁଛି, ପ୍ରଥମେ ଯାତ୍ରୀ ଜଣଙ୍କ ତାଙ୍କ ପ୍ରତି ଖରାପ ବ୍ୟବହାର କରିଛନ୍ତି । ଆଉ ତାପରେ ଏୟାର ହୋଷ୍ଟେସ୍‌ ଏହାକୁ ବିରୋଧ କରିଛନ୍ତି ।

Advertisment

ଏୟାର ହୋଷ୍ଟେସ୍‌ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ । ସେମାନଙ୍କ ପାଟି ଶୁଣି ଅନ୍ୟ ସମସ୍ତ ଯାତ୍ରୀ ଚୁପ୍‌ ହୋଇଯାଇଥିଲେ । କେହି କିଛି କହିବାକୁ ପ୍ରସ୍ତୁତ ନଥିଲେ । ଏମିତିକି ଝଗଡ଼ା ବନ୍ଦ କରିବାକୁ କେହି ଚେଷ୍ଟା କରିନଥିଲେ । ତେବେ ଏହି ସମୟରେ ଜଣେ ଯାତ୍ରୀ ମୋବାଇଲରେ ଚୁପ୍‌ ଚାପ୍‌ ଭିଡିଓ ରେକର୍ଡିଂ କରିଥିଲେ । ଯେଉଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ଦାନରେ ଦରକାର ଗର୍ଲଫ୍ରେଣ୍ଡ୍‌ : ଜ୍ୟାକେଟ୍‌ ଉପରେ ପୋଷ୍ଟର ଲଗାଇ ବୁଲିଲେ ଯୁବକ

Advertisment

ତେବେ ଭିଡିଓରେ ଏୟାର ହୋଷ୍ଟେସ୍‌ ଜଣକ ପ୍ରଥମେ ଧିର ଗଳାରେ ଯାତ୍ରୀଙ୍କୁ କହୁଛନ୍ତି ବା ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆପଣ କ୍ରିଉ ମେମ୍ବର ମାନଙ୍କ ସହ ଏଭଳି ବ୍ୟବହାର କରିବା ଠିକ୍‌ ନୁହେଁ । ସେମାନଙ୍କୁ ଆଘାତ ପହଞ୍ଚୁଛି । ସେମାନେ କାନ୍ଦୁଛନ୍ତି । ଏହା ଶୁଣିବା ପରେ ଯାତ୍ରୀ ଜଣଙ୍କ ଯୁକ୍ତି କରିବା ଆରମ୍ଭ କରୁଛନ୍ତି । ସେ ଆକ୍ଷେପ କରୁଛନ୍ତି ଯେ, ଆପଣ ମୋତେ ଆଙ୍ଗୁଳି ନିର୍ଦେଶ କରି ଆରୋପ ଲଗାଉଛନ୍ତି । ଯାହା କରିବା ଉଚିତ୍ ନୁହେଁ । ଆପଣ ମୋ ଉପରେ ଚିତ୍କାର କରିପାରିବେ ନାହିଁ । 

ଯାତ୍ରୀଙ୍କ ଏଭଳି ଆରୋପ ପରେ ଏୟାର ହୋଷ୍ଟେସ୍‌ ମଧ୍ୟ ରାଗି ଯାଉଛନ୍ତି । ଏମିତିକି ସେ ମଧ୍ୟ ଯାତ୍ରୀଙ୍କୁ ତାଗିଦ୍‌ କରୁଛନ୍ତି । କହୁଛନ୍ତି ଆପଣ ଏଭଳି ବ୍ୟବହାର କରିପାରିବେ ନାହିଁ । ମୁଁ ଆପଣଙ୍କର ଚାକର ନୁହେଁ । ଆପଣ ମୋ ଉପରେ ଚିତ୍କାର କରିପାରିବେ ନାହିଁ । ଏହା ଶୁଣିବା ପରେ ଯାତ୍ରୀ ଆହୁରି ରାଗି ଯାଉଛନ୍ତି । ଆଉ ତାଙ୍କୁ ସଟ୍ ଅପ୍‌ ବୋଲି କହୁଛନ୍ତି । ଯାତ୍ରୀଙ୍କ ଏଭଳି ବ୍ୟବହାରକୁ ସହି ନପାରି ଏୟାର ହୋଷ୍ଟେସ୍‌ ମଧ୍ୟ ତାଙ୍କୁ ସଟ୍‌ଅପ୍‌ ବୋଲି କହିଛନ୍ତି ।

Advertisment

ଏହି ପୁରା ଘଟଣାରେ ଜଣେ ଏୟାର ହୋଷ୍ଟେସ୍‌ ଯାତ୍ରୀଙ୍କ ସହ ଯୁକ୍ତି କରୁଥିବା ବେଳେ ଅନ୍ୟ ଜଣେ ଏୟାର ହୋଷ୍ଟେସ୍‌ ତାଙ୍କୁ ଚୁପ୍‌ ରହିବାକୁ ବୁଝାଉଛନ୍ତି । ଏହାସହ ସେହି ଝଗଡ଼ାସ୍ଥଳରୁ ଦୂରକୁ ନେବାକୁ ଚେଷ୍ଟା କରୁଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ଇଣ୍ଡିଗୋ ବିମାନରେ ଘଟିଛି । ଇସ୍ତାନବୁଲରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ଏୟାର ହୋଷ୍ଟେସ୍‌ଙ୍କ ସହ ଏଭଳି ସ୍ଥିତି ଉପୁଜିଛି । ଏହାସହ ଫ୍ଲାଇଟ୍‌ରେ ମିଳୁଥିବା ଖାଦ୍ୟକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି । 

Airlines Viral Video Indigo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ