Advertisment

Vice-presidential election: ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି, କିଏ ନେବେ ଜଗଦୀପ ଧନଖଡଙ୍କ ସ୍ଥାନ

ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଏବଂ ଇଣ୍ଡି ମେଣ୍ଟ ପ୍ରାର୍ଥୀ ହେଉଛନ୍ତି ଜଷ୍ଟିସ୍ ବି.ସୁଦର୍ଶନ ରେଡ୍ଡୀ।

author-image
Chinmayee Sahoo
Vice presidential election

Vice presidential election

ଆଜି ଉପରାଷ୍ଟ୍ରପତି ନିର୍ବାଚନ। ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଜଷ୍ଟିସ୍ ବି.ସୁଦର୍ଶନ ରେଡ୍ଡୀ। NDA ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ ଜଣେ ପୋଖତ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ ତାଙ୍କ ଘର ତାମିଲନାଡ଼ୁରେ । ସେହିପରି ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି। ତାଙ୍କ ଘର

Advertisment

ତେଲେଙ୍ଗାନାରେ । ଉଭୟ NDA ଓ ଇଣ୍ଡି ମେଣ୍ଟ ଦକ୍ଷିଣ ଭାରତରୁ ପ୍ରାର୍ଥୀ ଦେଇଥିବାରୁ କଡା ଟକ୍କର ନେଇ ଆଶା କରାଯାଉଛି। ତେଣେ ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖି ଭୋଟରେ ଭାଗ ନନେବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି।... ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଉପରାଷ୍ଟ୍ରପତି ପଦ ।

Vice Presidential Election
Advertisment
Advertisment