Advertisment

ବିଶ୍ୱର ସବୁଠୁ ଦାମୀ ପରିବା, ଖାଇଲେ ଦୂର ହୋଇଯିବ ରୋଗ

ଏହା କେବଳ ପରିବା ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି।

author-image
Chandan Shishu
ଅଦ୍ୟତନ ହୋଇଛି
World's Most Expensive Vegetable

Vegetable Is The Most Expensive In The World

ବଜାରରୁ ନିତିଦିନ ପରିବା କିଣୁଥିବେ। କେବଳ ଯେ ପରିବା ଦର ବଢିଗଲେ ଗ୍ରାହକଙ୍କୁ କେବଳ ବାଧେନି ବରଂ ସିଧା ସିଧା ଅସନ୍ତୋଷ ଜାହିର କରନ୍ତି। ହେଲେ ଏମିତି ଏକ ପରିବା ଅଛି, ଯାହାର ଦାମ୍‌ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଜାରେ କି ଦୁଇ ହଜାର ନୁହେଁ, ବରଂ ପରିବା ଦାମ୍‌ କେଜିକୁ ୮୫ ହଜାର ଟଙ୍କା। ଏହି ରେଟ୍‌କୁ ଶୁଣିଲେ ଗ୍ରାହକ କିଣିବା ତ ଦୂରର କଥା, ପରିବାରେ ହାତ ମାରିବାକୁ ଭୟ କରିବେ !

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ମହଙ୍ଗା ବିଅର, ଦାମ୍‌ ଶୁଣିଲେ ଉଡ଼ିବ ହୋସ୍‌

ପରିବା ନାଁ ହପ୍‌ସୁଟ୍ସ। କେଜି ୮୫ ହଜାର ଟଙ୍କା। କହିବାକୁ ଗଲେ ବିଶ୍ୱର ସବୁଠୁ ଇଏ ଦାମୀ ପରିବା। ସାଧାରଣତଃ ଏହି ପରିବା ଇଉରୋପୀୟ ଦେଶମାନଙ୍କରେ ଉତ୍ପାଦନ ହୋଇଥାଏ। ହେଲେ ଟିକିଏ ଭାବନ୍ତୁ, ସାମାନ୍ୟ ଗୋଟିଏ ପରିବା ରେଟ୍‌ କେଜି ପ୍ରତି ୮୫ ହଜାର ଟଙ୍କା ହେବାର କାରଣ କଣ? ହପ୍‌ସୁଟ୍ସ କେବଳ ପରିବା ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। 

ଭାରତରେ ଏହି ପରିବା ଚାଷ କରିଯାଏନି। ରିପୋର୍ଟ ଅନୁସାରେ ଏହା ପ୍ରଥମେ ହିମାଚଳ ପ୍ରଦେଶରେ ଚାଷ କରାଯାଇଥିଲା। ଏହି ପରିବାକୁ ଚାଷ କରିବାକୁ ହେଲେ ଜଣେ ଚାଷୀକୁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼େ। ସେଥିପାଇଁ ଏହି ପରିବା ମହଙ୍ଗା ହେବାର ପ୍ରମୁଖ କାରଣ। ପରିମାଣ ଅନୁସାରେ ହପସୁଟ୍ସ ବିଭିନ୍ନ ଦାମ୍‌ ରହିଛି। ଏହାଛଡ଼ା ହପସୁଟ୍ସ ସହଜରେ ମାର୍କେଟରେ ମିଳିନଥାଏ। ବିଶ୍ୱର ଦାମୀ ପରିବା ହପସୁଟ୍ସକୁ କିଣିବା, ମାର୍କେଟ୍‌ରୁ ଜୁଏଲାରୀ କିଣିବା ସହ ସମାନ। 

Advertisment

ହପସୁଟ୍ସର ବିଜ୍ଞାନସମ୍ମତ ନାଁ ରହିଛି  Humulus lupulus। ଏହା ଋତୁକାଳୀନ ପରିବା ଚାଷ। ଏହାର ଉପରକୁ ୬ ମିଟର ପର୍ଯ୍ୟନ୍ତ ମାଡ଼ିଥାଏ। ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଏହା ବଢିଥାଏ। ମେଡିକାଲ ଷ୍ଟଡି ଅନୁସାରେ ଏହି ପରିବା ଖାଇବା ଦ୍ୱାରା ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରିବା ସହ ଯକ୍ଷ୍ମା ଦାଉରୁ ରକ୍ଷା କରିଥାଏ। ଏପରିକି ଶୋଇବା ସମସ୍ୟା, ଚିନ୍ତା, ବ୍ୟସ୍ତ, ଭୟ ଓ ଚିଡିଚିଡାପଣ ଦୂର କରେ। 

Vegetable
Advertisment
Advertisment