/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644837621.jpg)
bank job vacancy
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ୟାଙ୍କରେ ଏଫ୍ଏଲ୍ସିସି ଇନ୍ଚାର୍ଜ, ଆଟେଣ୍ଡର, ଚୌକିଦାର, ମାଳୀ ଓ ଅଫିସ ଆସିଷ୍ଟାଣ୍ଟ ପଦ ଖାଲି ପଡ଼ିଛି। ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଫେବ୍ରୁଆରୀ ୧୫ ପୂର୍ବରୁ ଆପ୍ଲାଏ କରିପାରିବେ।
Advertisment
ନିଯୁକ୍ତି ପାଇଁ ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:
୧୮ ବର୍ଷରୁ ୬୪ ବର୍ଷ । ୭ମ ପାସ୍ଠାରୁ ଆରମ୍ଭ କରି ସ୍ନାତକ ପର୍ଯ୍ୟନ୍ତ ରହିଛି ।
ଆବେଦନ ଶୁଳ୍କ ଓ ଦରମା:
କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଚୟନିତ ପ୍ରାର୍ଥୀଙ୍କୁ ମାସିକ ୬୦୦୦ରୁ ୧୫,୦୦୦ ଟଙ୍କା ଦରମା ମିଳିବ
କିପରି କରିବେ ଆବେଦନ:
- ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଫିସିଆଲ ୱେବ୍ସାଇଟ୍ centralbankofindia.co.in କୁ ଯାଆନ୍ତୁ।
- ଏବେ କ୍ୟାରିୟର ପେଜ୍କୁ ଯାଆନ୍ତୁ ଓ ଜବ୍ ଓପନିଂ ଖୋଲନ୍ତୁ।
- କିମ୍ବା ଏହି ପେଜ୍ରେ ଦିଆଯାଇଥିବା ଲିଙ୍କ୍କୁ କ୍ଲିକ୍ କରନ୍ତୁ।
- ଏଠାରେ ଆପଣଙ୍କୁ ଆପ୍ଲିକେସନ୍ ଲୋଡ୍ କରିବାକୁ ହେବ।
- ଆବେଦନ ପତ୍ର ଭରନ୍ତୁ ଓ ଅଧିସୂଚନାରେ ଦିଆଯାଇଥିବା ଠିକଣାକୁ ପଠାନ୍ତୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)