/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700799225.jpg)
Uttarkashi tunnel collapse
ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ । ଏହି ସ୍ବତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର । ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆ ଯାଇଥିଲା । ସେଠାରୁ ଏକ ଟ୍ରଲିରେ ଗ୍ୱାଲିୟର ନିଆ ଯାଇଥିଲା ।
ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି । ଏହାର ଓଜନ ହେଉଛି ୩୮୦ ଟନ । ତେଣୁ ଭାଗ ଭାଗ କରି ନିଆଯାଇଛି । ଉତ୍ତରକାଶୀରେ ପୁଣି ଆସେମ୍ବଲ୍ କରି କାମରେ ଲଗାଯିବ ।
ଆଜି ଉଦ୍ଧାର ହୋଇପାରନ୍ତି ଉତ୍ତରାକାଶୀ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ପ୍ରାୟ ୪୭ ମିଟର ଖୋଳା ଗଲାଣି । ଗତକାଲି ଡ୍ରିଲିଂ ମେସିନ ଖରାପ ହୋଇଯିବାରୁ କାମ ବନ୍ଦ ଥିଲା । ଆଜି ତାକୁ ସଜଡ଼ା ଯାଇଛି । କିଛି ସମୟ ପରେ ପୁଣି ଆରମ୍ଭ କରାଯିବ ଡ୍ରିଲିଂ ।
ଆଶା କରାଯାଉଛି, ଆଜି ହିଁ ଶ୍ରମିକମାନେ ଟନେଲ ଭିତରୁ ବାହାରିବେ । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି । ଟନେଲ୍ ବାହାରେ କ୍ୟାମ୍ପ ଅଫିସ୍ କରି ନଜର ରଖିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ ।
ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ । ସେଥିପାଇଁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ କରି ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)