• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି । ଆଉ ମାତ୍ର କିଛି ମିଟର ଖନନ ହେବା ପରେ ପାଇପଲାଇନ୍ ଦେଇ NDRF ଟିମ୍ ଶ୍ରମିକଙ୍କୁ ବାହାର କରିବେ ।

ଟନେଲ୍ ବାହାରେ କ୍ୟାମ୍ପ ଅଫିସ୍ କରି ନଜର ରଖିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ୪୧ ଶ୍ରମିକଙ୍କ ସହ କଥା ହୋଇ ଆଶ୍ବାସନା ଦେଇଥିଲେ । ଗତ ରାତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅଗର ଡ୍ରିଲିଂ ମେସିନ ଭାଙ୍ଗିଯିବାରୁ ବନ୍ଦ ରହିଥିଲା ଡ୍ରିଲିଂ । ତେଣୁ ଆଜି ସେମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି ।

ଗୁରୁବାର ସକାଳ ସୁଦ୍ଧା ଶ୍ରମିକମାନେ ବାହାରକୁ ଆସିଯିବେ ବୋଲି କୁହା ଯାଉଥିଲା। କିନ୍ତୁ ଡ୍ରିଲିଂରେ ସମସ୍ୟା ଓ ମେସିନ୍ ଖରାପ ହେବା ଯୋଗୁଁ ମିଶନ୍ ବନ୍ଦ ରହିଥିଲା । ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ । ସେଥିପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି ।

ଏପଟେ ପ୍ରତ୍ୟେକ ଓଡ଼ିଆ ଶ୍ରମିକଙ୍କ ଘରେ ଘରେ ଭୟ ଓ ଆଶଙ୍କା । ଆଜିକୁ ୧୩ ଦିନ ହେଲା ଟନେଲରୁ ବାହାରି ପାରୁନାହାନ୍ତି ରୋଜଗାରିଆ ପୁଅ । କେତେବେଳେ ରାତି ସୁଦ୍ଧା କୁହାଯାଉଛି ତ କେତେବେଳେ ସକାଳ ସୁଦ୍ଧା ବାହାରିଯିବେ କୁହାଯାଉଛି । କୌଣସି ନା କୌଣସି କାରଣରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ଆଶା ଆଶଙ୍କାରେ ରହିଛନ୍ତି ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ କୁଲଡିହା ଗାଁର ଶ୍ରମିକ ରାଜୁ ନାୟକଙ୍କ ପରିବାର ।

ପୁଅ ଯେଭଳି ସୁରକ୍ଷିତ ଉଦ୍ଧାର ହେବ ସେଥିପାଇଁ ଭଗବାନଙ୍କ ପାଖରେ ଦୀପ ଜାଳି ଗୁହାରି କରିଛନ୍ତି । ପ୍ରତ୍ୟେକ ଓଡ଼ିଆ ଶ୍ରମିକଙ୍କ ଘରେ ଘରେ ଭୟ ଓ ଆଶଙ୍କା । ୧୩ ଦିନ ହେଲା ଟନେଲରୁ ବାହାରି ପାରୁନାହାନ୍ତି ୫ ଓଡ଼ିଆ ଶ୍ରମିକ । ଭଗବାନଙ୍କ ପାଖରେ ଦୀପଜାଳି ପୂଜାର୍ଚ୍ଚନା କରୁଛନ୍ତି ପରିବାର ।