/odishatv-khabar/media/post_attachments/uploadimage/library/16_9/16_9_0/d_1700208650.jpg)
Uttarkashi tunnel collapse
ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ପାଇପ୍ ମାଧ୍ୟମରେ କରାଯିବ ଉଦ୍ଧାର । ୩ ଫୁଟ ଚଉଡ଼ାର ଏକ ପାଇପ୍ ଯୋଗେ ସେମାନଙ୍କୁ ଉଦ୍ଧାର କରିବାକୁ ଯୋଜନା ରଖାଯାଇଛି । ଏନେଇ ସ୍ୱତନ୍ତ୍ର ଡ୍ରିଲିଂ ମେସିନ ଘଟଣାସ୍ଥଳରେ ପହଞ୍ଚିଛି ।
ଆଗରୁ ଯେଉଁ ଡ୍ରିଲିଂ ମେସିନ ଥିଲା, କାହା କାମରେ ଆସିନଥିଲା । ତେଣୁ ଦିଲ୍ଲୀରୁ ଏହି ସ୍ୱତନ୍ତ୍ର ମେସିନକୁ ବିମାନରେ ଉତ୍ତରାଖଣ୍ଡକୁ ନିଆଯାଇଛି । ସେପଟେ ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ନରୱେ ଏବଂ ଥାଇଲାଣ୍ଡରୁ ଆସିଛନ୍ତି ବିଶେଷଜ୍ଞ ଟିମ୍ ।
ସେପଟେ ଘଟଣାକୁ ୬ ଦିନ ହୋଇ ଯାଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଆଶା ଆଶଙ୍କା ବଢ଼ିବାରେ ଲାଗିଛି । ଭୁଶୁଡ଼ି ପଡ଼ିଥିବା ଟନେଲରେ ୪୦ ଶ୍ରମିକ ଫସି ଥିବାବେଳେ, ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ଅଛନ୍ତି ।
ଏସବୁ ଭିତରେ ବନ୍ଦ ଟନେଲରେ ଫସିଥିବା ୫ ଜଣ ଓଡ଼ିଆଙ୍କ ମଧ୍ୟରୁ ଜଣେ ଓଡ଼ିଆ ଶ୍ରମିକଙ୍କ ପ୍ରଥମ ମେସେଜ୍ ଆସିଛି । ପରିବାର ଲୋକଙ୍କୁ ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ ବାର୍ତ୍ତା ଛାଡ଼ିଛନ୍ତି ।
ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । ସେ କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଅଛି । ଏପଟେ ପରିବାର ଲୋକେ ହୋସଲା ନହରାଇବାକୁ ଧୀରେନ୍ କକହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)