Advertisment

Uttarakhand Implement UCC: ଉତ୍ତରାଖଣ୍ଡରେ ଲାଗୁ ହେଲା UCC: କଣ ପରିବର୍ତ୍ତନ ହେବ ପଢ଼ନ୍ତୁ?

ଉତ୍ତରାଖଣ୍ଡରେ ହଲାଲା ଭଳି ପ୍ରଥାର ଅନ୍ତ ହେବ। ପୁଅଙ୍କ ପରି ଝିଅମାନଙ୍କର ଉତ୍ତରାଧିକାର ସତ୍ତ୍ୱରେ ରହିବ ସମାନ ଅଧିକାର। ଗତ ୨୦୨୨ ବିଧାନସଭା ନିର୍ବାଚନ ବେଳେ ସରକାରକୁ ଆସିଲେ UCC ଲାଗୁ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି।

ଅଦ୍ୟତନ ହୋଇଛି
BJP

BJP

Advertisment

ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ୍‌ କୋଡ୍‌(UCC)। ଦେଶର ପ୍ରଥମ ରାଜ୍ୟ ଭାବେ ଲାଗୁ ହେଲା UCC। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଏନେଇ ଏକ ପୋର୍ଟାଲ ଉନ୍ମୋଚନ କରିଛନ୍ତି।

Advertisment

ତେବେ UCC ଲାଗୁ ହେବା ପରେ କ’ଣ ହେବ? ସମାନ ନାଗରିକ ସଂହିତା ଆଇନ୍‌ ଲାଗୁ ପରେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଅନୁସୂଚିତ ଜନଜାତି ଏବଂ କୌଣସି କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂରକ୍ଷିତ ବ୍ୟକ୍ତି ଓ ସମ୍ପ୍ରଦାୟ ବ୍ୟତୀତ ଉତ୍ତରାଖଣ୍ଡର ସମସ୍ତ ବାସିନ୍ଦାଙ୍କ ପାଇଁ UCC ଲାଗୁ ହୋଇଛି। ଏଣିକି ବିବାହ ପଞ୍ଜିକରଣ ବାଧ୍ୟତାମୂଳକ। ପୁରୁଷ ଓ ମହିଳାଙ୍କ ବିବାହ ପାଇଁ ସ୍ଥିର ହେବ ଏକ ନିର୍ଦ୍ଦିଷ୍ଟ ବୟସ। ପୁରୁଷଙ୍କ ପାଇଁ ଅତିକମରେ ୨୧ ଓ ମହିଳାଙ୍କ ପାଇଁ ୧୮ ବର୍ଷ ରହିବ ବିବାହ ବୟସ। ଆଇନରେ ବହୁ ବିବାହ, ବାଲ୍ୟ ବିବାହ ଓ ଟ୍ରିପଲ ତଲାକ ବ୍ୟାନ। ଲିଭ୍‌-ଇନ୍‌ ରିଲେସନସିପ୍‌ ରେଜିଷ୍ଟ୍ରେସନ୍ କରିବା ବାଧ୍ୟତାମୂଳକ। ଯଦି ଦମ୍ପତିଙ୍କ ବୟସ ୧୮ରୁ ୨୧ ବର୍ଷ ଭିତରେ ହୋଇଥିଲେ ପଞ୍ଜିକରଣ ବେଳେ ବାପାମାଆଙ୍କର ସମ୍ମତି ପତ୍ର ଦେବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ : ହାଲୱା ସେରିମନି କ’ଣ ? ଜାଣନ୍ତୁ, ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ କ’ଣ ରହିଛି ଏହାର ମହତ୍ତ୍ୱ...

Advertisment

UCC ଅନୁଯାୟୀ, ଲିଭ-ଇନ୍ ସମ୍ପର୍କରୁ ଜନ୍ମିତ ପିଲାର ବୈବାହିତ ଦମ୍ପତିଙ୍କ ପିଲା ପରି ସମାନ ଅଧିକାର ରହିବ। ଜାତି, ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଛାଡପତ୍ରର ସମାନ ଆଇନ୍‌ ରହିବ। ବର୍ତ୍ତମାନ ଦେଶର ପ୍ରତ୍ୟେକ ଧର୍ମର ଲୋକ ସେମାନଙ୍କର ବ୍ୟକ୍ତିଗତ ଆଇନ ମାଧ୍ୟମରେ ଏହି ମାମଲା ଗୁଡ଼ିକର ସମାଧାନ କରୁଛନ୍ତି। ସବୁ ଧର୍ମରେ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାର ଅଧିକାର ମିଳିବ। କିନ୍ତୁ ଅନ୍ୟ ଧର୍ମର ପିଲାକୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ।

ଉତ୍ତରାଖଣ୍ଡରେ ହଲାଲା ଭଳି ପ୍ରଥାର ଅନ୍ତ ହେବ। ପୁଅଙ୍କ ପରି ଝିଅମାନଙ୍କର ଉତ୍ତରାଧିକାର ସତ୍ତ୍ୱରେ ରହିବ ସମାନ ଅଧିକାର। ଗତ ୨୦୨୨ ବିଧାନସଭା ନିର୍ବାଚନ ବେଳେ ସରକାରକୁ ଆସିଲେ UCC ଲାଗୁ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି।

Advertisment

ଅଧିକ ପଢ଼ନ୍ତୁ : ବିଫଳ ପ୍ରେମର ସଫଳ କାହାଣୀ : ପ୍ରେମିକା ‘ଖରାପ ପିଲା’ କହି ଧୋକ୍କା ଦେବା ପରେ ପ୍ରେମିକ ପାଇଲା IAS

BJP Pushkar Singh Dhami Uniform Civil Code
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ