Advertisment

‘ମୋ ସ୍ୱାମୀ ମୋତେ ସିଗାରେଟ୍‌ ଚେଙ୍କ ଦିଅନ୍ତି, ଗରମ ତେଲ ଢାଳନ୍ତି’

‘ମୋ ସ୍ୱାମୀ ସବୁବେଳେ ମୋତେ ନିର୍ଯାତନା ଦେବା ସହ ପିଟନ୍ତି।’ ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Woman Alleges Torture By Husband

UP woman alleges torture by husband

‘ମୋ ସ୍ୱାମୀ ଆଦୌ ଭଲ ନୁହନ୍ତି। ସେ ସବୁବେଳେ ମୋତେ ନିର୍ଯାତନା ଦେବା ସହ ପିଟନ୍ତି। ଏପରିକି ସିଗାରେଟ୍‌ ଚେଙ୍କ ଦେବା ସହ ଜୋରଜବରଦସ୍ତ ମାଂସ ଖାଇବାକୁ ଦିଅନ୍ତି। ଧର୍ମ ପରିବର୍ତ୍ତନକୁ ବିରୋଧ କରିବାରୁ ସେ ମୋତେ ନିର୍ଯାତନା ଦେଉଥିଲେ।’ ଉତ୍ତରପ୍ରଦେଶ ଲକ୍ଷ୍ନୌର ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। 

Advertisment

ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ଚାନ୍ଦ ମହମ୍ମଦ ନିଜର ଧାର୍ମିକ ପରିଚୟକୁ ଲୁଚାଇ ରଖିଥିଲେ। ନିଜକୁ ହିନ୍ଦୁ ବୋଲି ଦର୍ଶାଇ ଧୋକା ଦେଇ ତାଙ୍କୁ ବିବାହ କରିଥିଲେ। ସାନି ମୌର୍ଯ୍ୟ ଭାବେ ପରିଚୟ ଦେଇ ସେ ବାହା ହୋଇଥିଲେ। ବିବାହ ପରେ ଉଭୟ ଭଡ଼ା ଘରେ ରହୁଥିଲେ। ହେଲେ ପରେ ଜଣାପଡ଼ିଥିଲା ସେ ହିନ୍ଦୁ ନୁହଁନ୍ତି।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ମର୍ଡର ପରେ ଦ୍ୱିତୀୟ ବିବାହ ପାଇଁ ପ୍ଲାନ୍‌, ଦେଢ଼ ବର୍ଷ ଯାଏ ଭୁଆଁ ବୁଲାଉଥିଲା...

Advertisment

ମହିଳା ଜଣକ ଆହୁରି ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ୱାମୀ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଉଥିଲେ। ଖାଲି ଏତିକିରେ ତାଙ୍କର ଅତ୍ୟାଚାର ଥମି ନଥିଲା। ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିବାକୁ ବିରୋଧ କରିବାରୁ ସିଗାରେଟ୍‌ ଚେଙ୍କ ଦେବା ସହ ଗରମ ତେଲ ତାଙ୍କ ଉପରେ ଢାଳି ଦେଉଥିଲେ। ଏନେଇ ମୁହଁ ଖୋଲିଲେ କିମ୍ବା ପୋଲିସ୍‌ରେ ଅଭିଯୋଗ କଲେ ଜୀବନରୁ ମାରିଦେବାର ଧମକ ଦେବା ସହ ସମ୍ପର୍କୀୟଙ୍କ ଦ୍ୱାରା ଗଣଦୁଷ୍କର୍ମ କରାଇବା ନେଇ ମଧ୍ୟ କହୁଥିଲେ। 

ସୂଚନା ଅନୁସାରେ, ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଉକ୍ତ ମହିଳା ଅନେକ ଥର ଘରୁ ପଳାଇ ପୋଲିସ୍‌ରେ ଅଭିଯୋଗ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ନୃଶଂସ ସ୍ୱାମୀ ତାଙ୍କୁ ଘର ଭିତରେ ବନ୍ଦ କରି ପିଟୁଥିଲେ। ଯେତେବେଳେ ସେ ୫ ମାସର ଗର୍ଭବତୀ ଥିଲେ ସ୍ୱାମୀ ତାଙ୍କୁ ମାଡ଼ ମାରିବା ଯୋଗୁ ତାଙ୍କର ପେଟ ଭିତରେ ଥିବା ପିଲା ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଖୁବ୍‌ଶୀଘ୍ର ଘଟଣାକୁ ନେଇ ସେ ପୋଲିସ୍‌ରେ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି।

Torture
Advertisment
Advertisment