Advertisment

ଏମିତି ସ୍ୱାମୀକୁ ଛି ! ସ୍ତ୍ରୀକୁ ମର୍ଡର ପରେ ଦ୍ୱିତୀୟ ବିବାହ ପାଇଁ ପ୍ଲାନ୍‌, ଦେଢ଼ ବର୍ଷ ଯାଏ ଭୁଆଁ ବୁଲାଉଥିଲା...

ସ୍ତ୍ରୀକୁ ହତ୍ୟା କଲା, ପ୍ରମାଣ ନଷ୍ଟ ପାଇଁ ଘରେ ପୋଡ଼ିଦେଲା ସ୍ୱାମୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକଥା କେହିବି ଜାଣିନଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Murders Wife, Buries Her At Home In Kerala

Man Murders Wife, Buries Her At Home In Kerala

ସ୍ତ୍ରୀକୁ ହତ୍ୟା କଲା, ପ୍ରମାଣ ନଷ୍ଟ ପାଇଁ ଘରେ ପୋଡ଼ିଦେଲା ସ୍ୱାମୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକଥା କେହିବି ଜାଣିନଥିଲେ। ସ୍ତ୍ରୀ ଆଉ କାହା ସହ ଫେରାର ହୋଇଯାଇଛି ବୋଲି ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ କହିବା ସହ ପୁଣି ଥରେ ବିବାହ କରିବା ପାଇଁ ବ୍ୟକ୍ତି ଜଣକ ଯୋଜନା କରିଥିଲେ। କଥାରେ ଅଛି, ଚୋର ଘର ସବୁବେଳେ ଅନ୍ଧାର ରୁହେ ନାହିଁ। ଅପରାଧୀ ଯେତେ ଚାଲାକ୍‌ ହୋଇଥାଉ ନା କାହିଁକି ଦିନେ ନା ଦିନେ ଧରାପଡ଼ିଥାଏ। ମହିଳାଙ୍କ ମୃତଦେହର କିଛି ଅଂଶ ମିଳିବା ପରେ ପୋଲିସ୍‌ ଛାନ୍‌ଭିନ୍‌ରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଥିଲା। କେରଳରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ସ୍ୱାମୀକୁ ପୋଲିସ୍‌ ଗିରଫ କରିଛି।

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକାର ଭୂତ ଖୋଲିଲା ହତ୍ୟା ରହସ୍ୟ !

ସୂଚନା ଅନୁସାରେ, ଏର୍ନାକୁଲମ୍‌ରେ ରହୁଥିବା ସଜୀବ ନିଜ ସ୍ତ୍ରୀ ରମ୍ୟାଙ୍କୁ ହତ୍ୟା କରି ସେଇ ଘର ଭିତରେ ହିଁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ୨୦୨୧ ମସିହା ଅଗଷ୍ଟରୁ ରମ୍ୟା ନିଖୋଜ ଥିଲେ।  ଏନେଇ ସଜୀବ ୨୦୨୨ ମସିହା ଫେବୃଆରୀରେ Njarakkal ପୋଲିସ୍‌ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲା। ସ୍ପେଶାଲ୍‌ ପୋଲିସ୍‌ ଟିମ୍‌ ପକ୍ଷରୁ ସାଇଣ୍ଟିଫିକ୍‌ ତଦନ୍ତ ବେଳେ ସଜୀବ ଗିରଫ ହୋଇଥିଲା। ସଜୀବ ଉପରେ ପୋଲିସ୍‌ ପୁରା କଡ଼ା ନଜର ରଖିଥିଲା। ସେ କୁଆଡ଼େ ଯାଉଛି, କାହାକୁ ଭେଟୁଛି...ପୁରା ବର୍ଷ ଯାଏ ପୋଲିସ୍‌ ତା’ଉପରେ ନଜର ରଖିଥିଲା। ଶେଷରେ ସଜୀବ ବିରୋଧରେ ପ୍ରମାଣ ମିଳିବା ପରେ ପୋଲିସ୍‌ ଗିରଫ କରିଛି। 

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଫୋନ୍‌ରେ ରମ୍ୟାଙ୍କ ସହ ଯୁକ୍ତିତର୍କ ପରେ ସଜୀବ ସ୍ତ୍ରୀର ହତ୍ୟା କରିଥିଲା। ଏହାପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ଘର ପରିସରରେ ସେ ପୋଡ଼ି ଦେଇଥିଲା। ଏହି କଥା ପ୍ରାୟ ଦେଢ଼ ବର୍ଷ ପର୍ଯ୍ୟନ୍ତ କାହାକୁ ଜଣା ନଥିବାବେଳେ ସଜୀବ ସେହି ଘରେ ମଧ୍ୟ ରହୁଥିଲା। ସବୁଠାରୁ ବଡ଼ କଥା,ସ୍ତ୍ରୀ ଆଉ କାହା ସହ ଫେରାର ହୋଇଯାଇଛି ବୋଲି ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ମଧ୍ୟ ସେ କହିଥିଲା। ଏପରିକି ଆଉ ଥରେ ବାହା ହେବା ପାଇଁ ମଧ୍ୟ ଯୋଜନା କରିଥିଲା। 

Advertisment

ହେଲେ ପୋଲିସ୍‌ ତଦନ୍ତ ବେଳେ ସତ ସାମ୍ନାକୁ ଆସିଥିଲା। ଘର ପରିସରରୁ ରମ୍ୟାଙ୍କ ମୃତଦେହର କିଛି ଅଂଶ ମିଳିବା ପରେ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇବା ସହ ସଜୀବ ଉପରେ ନଜର ରଖିଥିଲା। ଶେଷରେ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଥିଲା।

Murder Murder Case
Advertisment
Advertisment