Advertisment

ବିବାହର ୧୦ ବର୍ଷ ପରେ ସ୍ତ୍ରୀ ଉପରେ ସନ୍ଦେହ, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ସ୍ୱାମୀ...

ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ। ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ ମନରୁ ନଲିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Man Kills Wife Chops Up Body

UP Man Kills Wife Chops Up Body

ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା। ହେଲେ ହଠାତ୍‌ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଆଉ ସବୁକିଛି ଓଲଟପାଲଟ ହୋଇଗଲା। ସ୍ତ୍ରୀ ନିଶାଦ୍ରବ୍ୟ ସେବନ କରି ଦିନ ଦିନ ଧରି ବାହାରେ ରହିବାରୁ ସ୍ୱାମୀର ସନ୍ଦେହ ଆସିଥିଲା। ଶେଷରେ ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସ୍ୱାମୀ ଯୋଜନା କରିଥିଳା। ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ। ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ ମନରୁ ନଲିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ସୀତାପୁରରେ ଜଣେ ମହିଳାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗି ଦିଆଯାଇଛି। ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ମହିଳାଙ୍କ ସ୍ୱାମୀ ଏଭଳି କାଣ୍ଡ ଭିଆଇଛନ୍ତି। ସ୍ତ୍ରୀ ଉପରେ ସନ୍ଦେହ ଆସିବାରୁ ବ୍ୟକ୍ତି ଜଣକ ହତ୍ୟା କରିଥିବା ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ଯୁବକ ! ମୁଣ୍ଡକୁ ପଲିଥିନ୍‌ ଗୁଡ଼ାଇ ଘରେ ରଖିଲା, ହାତକୁ ଡ୍ରେନ୍‌ରେ ପକାଇଲା . . .

ସୀତାପୁର ପୋଲିସ୍‌ ସୂଚନା ଅନୁସାରେ, ନଭେମ୍ବର ୮ରେ ସୀତାପୁର ଜିଲ୍ଲାର ରାମପୁର କଲାଂ ଥାନା ଅନ୍ତର୍ଗତ ଗୁଲ୍‌ରିହା ଅଞ୍ଚଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାଁ ଜ୍ୟୋତି ଓରଫ ସ୍ନେହା ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ପଙ୍କଜ ମୌର୍ଯ୍ୟ ଓ ଦୁର୍ଜନ ପାସିଙ୍କୁ ଗିରଫ କରି ପଚରାଉଚରା କରିଥିଲା। ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। 

Advertisment

ମିଳିଥିବା ସୂଚନା ଅନୁସାରେ, ପଙ୍କଜଙ୍କ ପତ୍ନୀ ହେଉଛନ୍ତି ସ୍ନେହା। ଜଣେ ସହଯୋଗୀଙ୍କ ସହ ମିଶି ପତ୍ନୀଙ୍କୁ ହତ୍ୟା କରିଥିବା ପଙ୍କଜ ସ୍ୱୀକାର କରିଛି। ଏହାସହ ହତ୍ୟା ପଛର କାରଣ ମଧ୍ୟ ସେ ଖୁଲାସା କରିଛି। ପୋଲିସ୍‌କୁ ଦେଇଥିବା ବୟାନରେ ପଙ୍କଜ କହିଛି, ସ୍ନେହା ନିୟମିତ ଭାବେ ନିଶାଦ୍ରବ୍ୟ ସେବନ କରୁଥିଲେ। ଏପରିକି ବହୁତ ଦିନ ଧରି ସେ ଅନ୍ୟ କାହା ଘରେ ରହୁଥିଲେ। ଏହାପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। 

ଫଳରେ ପତ୍ନୀଙ୍କୁ ହତ୍ୟା ପାଇଁ ପଙ୍କଜ ଯୋଜନା କରିଥିଲା। ଜଣେ ସହଯୋଗୀଙ୍କ ସହ ମିଶି ପଙ୍କଜ, ସ୍ନେହାଙ୍କୁ ମାରିଥିଲା। ଏହାପରେ ମୃତଦେହକୁ ପିସ୍‌ ପିସ୍‌ କରି ବାହାରେ ଫିଙ୍ଗି ଥିଲା। ୧୦ ବର୍ଷ ପୂର୍ବେ ପଙ୍କଜ ଓ ସ୍ନେହାଙ୍କ ବିବାହ ହୋଇଥିଲା। ହେଲେ ସ୍ତ୍ରୀ ତାଙ୍କୁ ଧୋକା ଦେଉଥିବା ପଙ୍କଜଙ୍କ ସନ୍ଦେହ ହୋଇଥିଲା। ଫଳରେ ସେ ପତ୍ନୀର ହତ୍ୟା କରିବାକୁ ପଛାଇ ନଥିଲେ। 

Murder Murder Case
Advertisment
Advertisment