• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ହେଉଥିବା ଚର୍ଚ୍ଚା ଥମି ନଥିବା ବେଳେ ଆଉ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଭାରତରେ ନୁହେଁ, ଏଥର ବାଙ୍ଗଲାଦେଶରେ ଜଣେ ଯୁବତୀ ନିଜ ପ୍ରେମିକ ହାତରେ ଜୀବନ ହରାଇଛନ୍ତି । ଅବୁ ବକର ନାମକ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପକାଇଛି । ତେବେ ପ୍ରେମିକାକୁ ହତ୍ୟା କରିବା ପରେ ନିଜର ଲିଭ୍‌ ଇନ୍‌ ପାର୍ଟନର୍‌ ସହ ଫେରାର ଥିଲା ଅଭିଯୁକ୍ତ । ଏବେ ଅଭିଯୁକ୍ତକୁ ଧରିଛି ପୋଲିସ ।

ହତ୍ୟାକାରୀ ଅବୁ ବକର ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାମ କରେ । ପୂର୍ବରୁ ଜଣଙ୍କ ସହ ଲିଭ୍‌ ଇନ୍‌ରେ ଥିଲା ସୁଦ୍ଧା ମୃତକଙ୍କ ସହ ପାଞ୍ଚ ଦିନ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ଯୁବତୀ ଜଣକ ଜାଣିନଥିଲେ ଦଗାଦିଆ ପ୍ରେମିକ ଦିନେ ଏପରି ହତ୍ୟାକାରୀ ସାଜିବ, ଆଉ ଯାହାକୁ ହୃଦୟ ଦେଇଛନ୍ତି, ସେ ହିଁ ତାର ଜୀବନ ନେଇଯିବ ।

ନଭେମ୍ବର ୫ ତାରିଖ । କବିତାଙ୍କ ପାଇଁ କାଳ ରାତି ତଥା ଶେଷ ରାତି । ଘରେ ସ୍ୱପ୍ନା ନଥିବା ବେଳେ କବିତାଙ୍କୁ ଡାକିଥିଲା ଅଭିଯୁକ୍ତ ଅବୁ । ହେଲେ କବିତା ପ୍ରେମିକ ପାଖରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ସେ କବିତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ଆଉ ତା’ପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ହାତକୁ କାଟି ଦେଇଥିଲା । କଟା ହାତକୁ ପରେ ଡ୍ରେନରେ ଫୋପାଡ଼ି ଦେଇଥିଲା । ଆଉ ବଳକା ଶରୀରରକୁ ଏକ ବାକ୍ସରେ ଭର୍ତ୍ତି କରି ଘରେ ରଖି ଦେଇଥିଲା । କବିତାଙ୍କୁ ହତ୍ୟା କରିବା ପରେ ଲିଭ୍‌ ଇନ୍‌ ପାର୍ଟନର ସ୍ୱପ୍ନା ସହ ଢ଼ାକା ଛାଡ଼ି ଦେଇଥିଲା ।

ପ୍ରେମିକାକୁ ହତ୍ୟା କରିବା ପରେ କାମକୁ ଯାଇନଥିଲା ଅବୁ ବକର । ଅନେକ ଦିନ ନିଖୋଜ ରହିବା ପରେ ସେ କାମ କରୁଥିବା ଟ୍ରାନ୍ସପୋର୍ଟ କମ୍ପାନୀର ମାଲିକ ତା’ ଘରକୁ ଲୋକ ପଠାଇଥିଲେ । ହେଲେ ଘରେ ତାଲା ପଡ଼ିଥିଲା । ସନ୍ଦେହ ହେବାରୁ ପୋଲିସ୍‌କୁ ଖବର ଦିଆଯାଇଥିଲା ।

ସୂଚନା ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚିବା ପରେ କବାଟ ଖୋଲିଥିଲା । ହେଲେ କବାଟ ଖୋଲିଲା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଜଣେ ଯୁବତୀଙ୍କ ମୁଣ୍ଡବିହୀନ ଶରୀର ଏକ ବାକ୍ସରେ ଥିବା ଦେଖିବାକୁ ମିଳିଥିଲା । ଆଉ ମୁଣ୍ଡ ଭିନ୍ନ ସ୍ଥାନରେ ପଲିଥିନ୍ ଗୁଡ଼ା ହୋଇ ରଖାଯାଇଥିଲା । ଛାନଭିନ୍‌ ଆରମ୍ଭ କରିବା ପରେ ଜଣା ପଡ଼ିଲା ମୃତକଙ୍କ ପରିଚୟ ପାଇଥିଲେ । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତକୁ ଖୋଜିବା ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍‌ ଗଠନ କରାଯାଇଥିଲ।

ଅନେକ ଖୋଜାଖୋଜି କରିବା ପରେ ନଭେମ୍ବର ୭ରେ ଅବୁ ବକର ଓ ତା ଲିଭ୍‌ ଇନ୍‌ ପାର୍ଟନର ସ୍ୱପ୍ନାକୁ ଧରିଛି ପୋଲିସ୍ । ପଚରାଉଚରା ପରେ ଜଣାପଡ଼ିଛି ଚାରି ବର୍ଷ ଧରି ସ୍ୱପ୍ନା ଓ ଅବୁ ବକର ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । ଆଉ ମାତ୍ର ପାଞ୍ଚ ଦିନ ପୂର୍ବରୁ କବିତାଙ୍କୁ ଭେଟିଥିଲା ଅଭିଯୁକ୍ତ ।

କବିତାଙ୍କୁ ହତ୍ୟା କରିବା ପରେ ଲିଭ୍‌ ଇନ୍‌ ପାର୍ଟନର ସ୍ୱପ୍ନା ସହ ଢ଼ାକା ଛାଡ଼ି ଦେଇଥିଲା । ହେଲେ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଅବୁକୁ ପ୍ରେମିକା ସହ ଧରିବାରେ ସଫଳ ହୋଇପାରିଛି । ଘାଜିପୁର ଜିଲ୍ଲାର ବସାନା ପୋଲିସ ଥାନା ଅନ୍ତର୍ଗତ ଚୌରସ୍ତା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ କରିବା ପରେ ଅଭିଯୁକ୍ତକୁ ସୋନାଡଙ୍ଗା ଥାନାକୁ ପଠାଇ ଦିଆଯାଇଛି । ଗିରଫ ହେବା ପରେ ଅବୁ ବକର୍ ନିଜର ଅପରାଧ ସ୍ୱୀକାର କରିଛନ୍ତି । କିପରି କବିତାକୁ ହତ୍ୟା କରିଥିଲା, ସବୁ କିଛି ପୋଲିସ୍‌ ଆଗରେ ବଖାଣିଛି ।