• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପ୍‌ରେ ବାପ୍‌ ଏତେ ଟଙ୍କା । ହଠାତ୍‌ ଏତେ ଟଙ୍କା ଆସିଲା କେଉଁଠୁ ? ଆଉ ତାହା ପୁଣି ଜଣେ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟରେ । ଥରେ ନୁହେଁ ବାରମ୍ବାର ଚେକ୍‌ କରିବା ପରେ ବି ସେ ଦେଖିଥିଲେ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ଅଛି । ସହଜରେ ବିଶ୍ୱାସ ହେଲାନି । ଯାହାକୁ କହିଲେ ସେ ବି ବିଶ୍ୱାସ କଲେନି । ତେଣୁ ବାରମ୍ବାର ବ୍ୟାଙ୍କ ଅଫିସରଙ୍କୁ କହିଲେ ଚେକ୍‌ କରିବା ପାଇଁ । ଶେଷରେ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ମଧ୍ୟ ବାହାର କଲେ । ଆଉ ସେଥିରେ ମଧ୍ୟ ତାହା ସ୍ପଷ୍ଟ ଭାବେ ଲେଖା ଥିଲା ଯେ, ଆକାଉଣ୍ଟରେ ଜମା ଅଛି ୨.୭ କୋଟି ଟଙ୍କା ।

ଏବେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଜଣେ ଦିନ ମଜୁରିଆଙ୍କ ଆକାଉଣ୍ଟରେ ଏତେ ଟଙ୍କା ଆସିଲା କେଉଁଠୁ ? ଦିନ ମଜୁରିଆ ଜଣକ ଜନ ଧନ ଯୋଜନା ମାଧ୍ୟମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି କ’ଣ ତାଙ୍କୁ ଏହି ଟଙ୍କା ଦେଇଦେଲେ କି ? ଏମିତି ବି କିଛି ଲୋକ ତାଙ୍କୁ ଥଟ୍ଟା କରିଛନ୍ତି । ହେଲେ ଏହି ଘଟଣା ସେମିତି କିଛି ବି ନୁହେଁ । ଦିନ ମଜୁରିଆ ବି ଜାଣି ନାହାନ୍ତି କେଉଁଠୁ ଆସିଲା ଏତେ ଟଙ୍କା । ବ୍ୟାଙ୍କ ଅଧିକାରୀ ବି ଷ୍ଟେଟ୍‌ମେଣ୍ଟ ବାହାର କରିବା ପରେ କିଛି କହିପାରୁ ନାହାନ୍ତି । ଏହି ଘଟଣା ଉତ୍ତରପ୍ରଦେଶର । ଆପଣ ଯଦି ଖବର ଦୁନିଆ ସହ ସବୁବେଳେ ଯୋଡ଼ି ହୋଇ ରହୁଥିବେ, ତେବେ ନିଶ୍ଚୟ ଜାଣିଥିବେ ଯେ, ଅଧିକାଂଶ ଅଜବ ଗଜବ ଘଟଣା ଏହି ଉତ୍ତରପ୍ରଦେଶରୁ ହିଁ ଆସିଥାଏ ।

ଦିନ ମଜୁରିଆ ଜଣକ ବ୍ରିକ୍‌ କ୍ଲିନ୍‌ ନାମକ ଏକ ୟୁନିଟ୍‌ରେ କାମ କରୁଥିଲେ । କିନ୍ତୁ ବର୍ଷା ଯୋଗୁଁ ତାହା ସେଦିନ ବନ୍ଦ ଥିଲା । ଆଉ ତାଙ୍କ ପାଖରେ କିଛି ପଇସା ନଥିବାରୁ ସେ ଏଟିଏମ୍‌ରୁ ୧୦୦ ଟଙ୍କା ଉଠାଇବେ ବୋଲି ଯାଇଥିଲେ । ଏଟିଏମ୍‌ରୁ ୧୦୦ ଟଙ୍କା ବାହାର କରିବା ପରେ ଯେଉଁ ସ୍ଲିପ୍‌ ବାହାରିଲା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ଆକାଉଣ୍ଟରେ ୨.୭ କୋଟି ଟଙ୍କା ଥିବା ସ୍ଲିପ୍‌ରେ ଲେଖାଯାଇଥିଲା । ଏହି ଦିନ ମଜୁରିଆ ଜଣକ ହେଉଛନ୍ତି ୪୫ ବର୍ଷିୟ ବିହାରୀ ଲାଲ । ତାଙ୍କ ଘର ଉତ୍ତରପ୍ରଦେଶ କନ୍ନୁଜ ଜିଲ୍ଲାରେ ।

ନିଜ ଆକାଉଣ୍ଟରେ ଏତେ ଗୁଡ଼ିଏ ଟଙ୍କା ଦେଖି ବିହାରି ଲାଲ କିଛି ସମୟ ପାଇଁ ଖୁସି ହୋଇଯାଇଥିଲା । ହେଲେ ଏହି ଖୁସି ବେଶି ସମୟ ପର୍ଯ୍ୟନ୍ତ ରହିଲା ନାହିଁ । ସେ ଘରେ ପହଞ୍ଚୁ ପହଞ୍ଚୁ ମୋବାଇଲକୁ ଏକ ମେସେଜ୍‌ ଆସିଥିଲା । ଆଉ ସବୁ ଖୁସି ନିମିଷକେ ଧୂଳିସାତ୍‌ ହୋଇଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଥିଲା ଯେ, ତାଙ୍କ ଆକାଉଣ୍ଟରେ ମୋଟ ୧୨୬ ଟଙ୍କା ରହିଛି । ଏହାପରେ ସେ ପୁଣି ବ୍ୟାଙ୍କ ଅଫିସିଆଲଙ୍କ ସହ କଥା ହେଲେ । ବ୍ୟାଙ୍କ ତରଫରୁ କୁହାଗଲା ଯେ, ପୂର୍ବରୁ କିଛି ବ୍ୟାଙ୍କିଂ ଏରର ରହିଥିଲା । ତାହା ଏବେ ଠିକ୍‌ ହୋଇଯାଇଛି ।