• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ଏଭଳି ଅନେକ ରାଜ୍ୟ ଅଛନ୍ତି ଯେଉଁମାନଙ୍କ ଅବସ୍ଥା ଖୁବ୍‌ଶୀଘ୍ର ଶ୍ରୀଲଙ୍କା ଭଳି ହେବାକୁ ଯାଉଛି । ସେହି ରାଜ୍ୟମାନେ ଖୁବ୍‌ଶୀଘ୍ର ଶ୍ରୀଲଙ୍କା ଭଳି ଦେବାଳିଆ ହେବେ । ଆଉ ଏହାର ସବୁଠୁ ବଡ଼ କାରଣ ହେଲା ରାଜ୍ୟସରକାର ମାନଙ୍କର କିଛି ଲୋକାଭିମୁଖୀ ଯୋଜନା । ଯାହାକି ରାଜ୍ୟଗୁଡ଼ିକୁ ଅଧିକରୁ ଅଧିକ ଦରିଦ୍ର କରୁଛି । ତେଣୁ ଏହି ଯୋଜନାଗୁଡ଼ିକୁ ଲୋକାଭିମୁଖି କୁହାଯିବା ପରିବର୍ତ୍ତେ ଏହାକୁ ଭୋଟ ପାଇଁ ଲୋକଙ୍କୁ ଲୋଭ ଦେଖାଇବା ଯୋଜନା କହିଲେ ଠିକ୍‌ ହେବ । ଦେଶର ବରିଷ୍ଠ ତଥା ଅଭିଜ୍ଞ ଅମଲାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଆଲୋଚନା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ଚାରି ଘଣ୍ଟାର ମାରାଥନ୍ ବୈଠକ

ଶନିବାର ପ୍ରଧାନମନ୍ତ୍ରୀ ମୋଦି, ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗସ୍ଥିତି ତାଙ୍କ କ୍ୟାମ୍ପ ଅଫିସରେ ସମସ୍ତ ବିଭାଗର ସଚିବଙ୍କ ସହ ଦୀର୍ଘ ଚାରି ଘଣ୍ଟା ଧରି ବୈଠକ କରିଥିଲେ । ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ରା ଏବଂ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ଅମଲାମାନେ ଉପସ୍ଥିତ ଥିଲେ । ୨୦୧୪ ପରେ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ନବମ ବୈଠକ ଥିଲା ।

ସଚିବମାନେ ମୋଦିଙ୍କୁ ନିଜର ମତାମତ ଦେଇଛନ୍ତି

ଜାତୀୟ ଗଣମାଧ୍ୟମରୁ ପ୍ରକାଶ ଯେ, ୨୪ରୁ ଅଧିକ ସଚିବ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ନିଜର ମତ ରଖିଛନ୍ତି । ଆଉ ସମସ୍ତଙ୍କ କଥାକୁ ଧ୍ୟାନର ସହ ଶୁଣିଛନ୍ତି ମୋଦି । ଦୁଇ ଜଣ ସଚିବ କହିଛନ୍ତି, ଗତ ବିଧାନସଭା ନିର୍ବାଚନରେ ଗୋଟିଏ ରାଜ୍ୟ ଲୋକଙ୍କୁ ଲୋଭ ଦେଖାଇବା ଭଳି ଯୋଜନା ଘୋଷଣା କରିଛି । ଯାହାକି ରାଜ୍ୟର ଆର୍ଥିକ ସ୍ଥିତିକୁ ଭୁଶୁଡ଼ାଇବାର ସମ୍ଭାବନା ଅଧିକ । ଏହାସହ ଅନ୍ୟ କିଛି ରାଜ୍ୟରେ ଏଭଳି ଯୋଜନା ଚାଲିଥିବା କଥା ମଧ୍ୟ କହି ଉଦାହରଣ ମଧ୍ୟ ଦେଇଥିଲେ ସଚିବମାନେ । ଏଭଳି ଯୋଜନା ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇପାରେ । ଏମିତିକି ଶ୍ରୀଲଙ୍କା ଭଳି ଦେବାଳିଆ ସ୍ଥିତି ମଧ୍ୟ ରାଜ୍ୟଗୁଡ଼ିକର ହୋଇପାରେ ବୋଲି ମୋଦିଙ୍କ ଆଗରେ ନିଜର ମତ ରଖିଥିଲେ ସଚିବମାନେ ।