/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682256227.jpg)
Unique Tunnel
ବିଜ୍ଞାନ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଛି । ଆଜିର ସମୟରେ ଲୋକମାନେ ଚନ୍ଦ୍ରରେ ପହଞ୍ଚିଲେଣି । ସମୁଦ୍ର ଭିତରେ ମଧ୍ୟ ଟନେଲ୍ କରାଗଲାଣି । ଯେଉଁଥିରେ ଲୋକମାନେ ଅତି ସହଜରେ ଯାତାୟାତ କରିପାରୁଛନ୍ତି । ଆପଣ ଜାଣନ୍ତି କି, ଏମତି ଟନେଲ ରହିଛି ଯାହାର ନିର୍ମାଣ ସ୍ୱତନ୍ତ୍ର ଭାବେ କରାଯାଇଛି । ଯାହାକୁ ଦୁନିଆର ସବୁଠାରୁ ଲମ୍ବା ଟନେଲ୍ ବୋଲି କୁହାଯାଏ । ନରୱେରେ ଏହି ଟନେଲ୍ ରହିଥିବାବେଳେ ଏହା ପଥଚାରୀ ଏବଂ ସାଇକେଲ ଚାଳକଙ୍କ ପାଇଁ ତିଆରି କରାଯାଇଛି ।
ନରୱେର ଦ୍ୱିତୀୟ ବୃହତ୍ତମ ସହର ବର୍ଗେନ୍ରେ ନିର୍ମାଣ କରାଯାଇଛି ଏହି ଟନେଲ୍ । ଏହାର ଦୈର୍ଘ୍ୟ ପ୍ରାୟ ୩ କିଲୋମିଟର ରହିଛି । ଯାହାର ନାଁ ‘ଫିଲିଙ୍ଗ୍ସଡଲଷ୍ଟନଲେନ ଟନେଲ’ ବୋଲି ରଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଲୋଭାସ୍ତକନ୍ ପାହାଡ଼କୁ କଟାଯାଇ ଏହି ଟନେଲ୍କୁ ନିର୍ମାଣ କରାଯାଇଛି । ପ୍ରାୟ ତିନି କିଲୋମିଟର ଲମ୍ବ ଏହି ଟନେଲ୍ ଫିଲିଙ୍ଗସଡଲେନ୍ ଏବଂ ମିଣ୍ଡେମିରେନ୍ର ଅଞ୍ଚଳକୁ ସଂଯୋଗ କରେ ବୋଲି କୁହାଯାଇଛି ।
‘ଫିଲିଙ୍ଗ୍ସଡଲଷ୍ଟନଲେନ ଟନେଲ’ର ନିର୍ମାଣ କାର୍ଯ୍ୟ ୨୦୧୯ ମସିହାରେ ଆରମ୍ଭ କରାଯାଇଥିଲା । ଏହି ଟନେଲ୍କୁ ଚାରି ବର୍ଷ ମଧ୍ୟରେ ଶେଷ କରାଯାଇଛି । ଏହି ଟନେଲ ନିର୍ମାଣ କାର୍ଯ୍ୟରେ ୨୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଟନେଲ୍ ଦେଇ ସାଇକେଲରେ ଗଲେ ଅତିକ୍ରମ କରିବାକୁ ୧୦ ମିନିଟ୍ ସମୟ ଲାଗିଥାଏ । ସେହିପରି ପାଦରେ ଚାଲିଚାଲି ଜଣେ ଯିବାକୁ ହେଲେ ୪୦ମିନିଟ୍ ସମୟ ଲାଗିଥାଏ ।
ବିଶେଷକରି ଏହି ଟନେଲ୍ରେ ସାଇକେଲ ଓ ପାଦରେ ଚାଲି ଚାଲି ଯାତାୟାତ କରିବାକୁ ତିଆରି କରାଯାଇଛି । ତାହାସହ ପର୍ଯ୍ୟଟକମାନଙ୍କୁ ଏକ ନୂତନ ଅଭିଜ୍ଞତା ଦେବାକୁ ଏହି ଟନେଲ୍ ହୋଇଛି । ଏହି ଟନେଲ୍ ଲୋକମାନଙ୍କ ପାଇଁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୧୧ଟା ଯାଏଁ ଖୋଲା ରହିଥାଏ ।
ଖାଲି ସେତିକି ନୁହେଁ, ଟନେଲ୍ ଭିତରେ ଅନେକ ରଙ୍ଗବେରଙ୍ଗର ସୁନ୍ଦର ଲାଇଟ୍ର ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ସଠିକ୍ ବାଟ ଦେଖାଇବକୁ ମଧ୍ୟ ଲାଇଟ୍ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)