Advertisment

୨୦୨୪ ଲୋକସଭା ନିର୍ବାଚନ ନିର୍ଦ୍ଧାରଣ କରିବ ଭାରତର ଭବିଷ୍ୟତ: ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବରେ ବିଶ୍ୱଗୁରୁ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Amit Shah On General Election 2024

Amit Shah

ଆଗାମୀ ଲୋକସଭା ନିର୍ବାଚନ ବହୁତ ମହତ୍ୱପୂର୍ଣ୍ଣ, ଏହା ଆଗାମୀ ୨୫ ବର୍ଷ ପାଇଁ ଦେଶର ଭବିଷ୍ୟତ ସ୍ଥିର କରିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ମୁମ୍ବାଇରେ ଚାଲିଥିବା ଇଣ୍ଡିଆ ଗ୍ଲୋବାଲ ଫୋରମ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ଦୁର୍ବଳ ସ୍ଥିତିରୁ ଶିଖରକୁ ଯାଇଛି। ଆମେ କେଉଁଠାରୁ ଆସିଛୁ ତାହା ଦେଖିବା ଉଚିତ୍‌। ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ସରକାର ଚଳାଇବା ଆମ ପାଇଁ ସହଜ ନ ଥିଲା। ପୂର୍ବ ସରକାରରେ ଅନେକ ସ୍କାମ୍‌ ହୋଇଥିଲା ଏବଂ ମୁଦ୍ରାସ୍ଫୀତି ଅଧିକ ଥିଲା।

Advertisment

ଅମିତ ଶାହ ତାଙ୍କ ବ୍ୟକ୍ତବ୍ୟରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଆଗାମୀ ଦଶନ୍ଧି ପାଇଁ ଥିବା ଦୂରଦୃଷ୍ଟି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଗତ ଦଶ ବର୍ଷ ମଧ୍ୟରେ ହୋଇଥିବା ଅର୍ଥନୈତିକ, ଆଇନଗତ ତଥା ସାମାଜିକ ସଂସ୍କାରର ତାଲିକାଭୁକ୍ତ କରି ଗୃହମନ୍ତ୍ରୀ କହିଛନ୍ତି: ଗତ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି।

ଅଧିକ ପଢ଼ନ୍ତୁ: ୟୁପି ଲକ୍ଷ୍ନୌରେ ଟିକଟ୍ କସରତ; ବୈଜୟନ୍ତଙ୍କ ନେତୃତ୍ୱରେ ବସିବ ବୈଠକ

ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପୂର୍ବରୁ ଭାରତୀୟ ଅର୍ଥନୀତିର ଅବସ୍ଥା ଖରାପ ଥିଲା। ମୁଦ୍ରାସ୍ଫୀତି ଅଧିକ ଥିଲା ଏବଂ ଆର୍ଥିକ ନିଅଣ୍ଟ ମଧ୍ୟ ନିୟନ୍ତ୍ରଣ ବାହାରେ ଥିଲା। ୨୦୦୪ ରୁ ୨୦୧୪ ମଧ୍ୟରେ ହାରାହାରି ମୁଦ୍ରାସ୍ଫୀତି ହାର ୮.୨ ପ୍ରତିଶତ ଥିଲା ଏବଂ ୨୦୧୦-୧୧ ରୁ ୨୦୧୩-୧୪ ମଧ୍ୟରେ ଦୁଇ ଅଙ୍କରେ ଥିଲା। ୨୦୧୩-୧୪ରେ ଦେଶର ଜିଡିପି ଅଭିବୃଦ୍ଧି ୬.୯ ପ୍ରତିଶତ ଥିବାବେଳେ ଆଜି ଏହା ୮.୪ ପ୍ରତିଶତ ରହିଛି।

Advertisment

ଗତ ଦଶ ବର୍ଷ ମଧ୍ୟରେ ହୋଇଥିବା ବିକାଶ ସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିଗତ ୧୦ ବର୍ଷରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ପାଞ୍ଚଟି ମେଟ୍ରୋ ସହର ଥିଲା, ବର୍ତ୍ତମାନ ୨୦ଟି ଅଛି। ଆଜି ଦେଶରେ ବିମାନବନ୍ଦର ସଂଖ୍ୟା ୭୪ରୁ ୧୫୦କୁ ବୃଦ୍ଧି ପାଇଛି। ୨୦୧୩-୧୪ରେ, ଦେଶରେ ୯୧ ହଜାର କିଲୋମିଟର ଜାତୀୟ ରାଜପଥ ଥିଲା, ଯାହା ୨୦୨୩ ସୁଦ୍ଧା ୧,୪୫,୦୦୦ କିଲୋମିଟର ଜାତୀୟ ରାଜପଥରେ ହୋଇଛି। ପୂର୍ବ ସରକାରଙ୍କ ଶେଷ ବଜେଟରେ ପୁଞ୍ଜି ବ୍ୟୟ ୨,୦୦,୦୦୦ କୋଟି ଥିଲା ଯାହାକି ଗତ ମାସରେ ମୋଦି ସରକାରଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟରେ ୧୧,୦୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବରେ ବିଶ୍ୱଗୁରୁ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭାରତର ବିକାଶ କେବଳ ସରକାରଙ୍କ ଆକାଂକ୍ଷା ଦ୍ୱାରା ନୁହେଁ ବରଂ ନାଗରିକଙ୍କ ଆତ୍ମବିଶ୍ୱାସ ଦ୍ୱାରା ହୋଇପାରେ। ଆମର ଲକ୍ଷ୍ୟ ହେଉଛି ୧୫ ଅଗଷ୍ଟ ୨୦୪୭ ସୁଦ୍ଧା ଭାରତ ଏକ ସମ୍ପୂର୍ଣ୍ଣ ବିକଶିତ ତଥା ଆତ୍ମନିର୍ଭର ଦେଶ ହେବ ଏବଂ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତିର ଅଂଶ ହେବ। ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଗତ ୧୦ ବର୍ଷର ଶିକ୍ଷାରୁ ଆଗାମୀ ୨୫ ବର୍ଷ ପାଇଁ ଏକ ରୋଡମ୍ୟାପ୍ ହେବ ବୋଲି କହିଛନ୍ତି ଅମିତ ଶାହ ।

ଅଧିକ ପଢ଼ନ୍ତୁ: ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ର ପାଳି; ମେଣ୍ଟ ଦିଗରେ ବଢ଼ୁଛି ବିଜେପି

Amit Shah PM Narendra Modi General Elections 2024
Advertisment
Advertisment