• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହଟିଯିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା ହୋଇଛି । ଆଇପିସି, ସିଆରପିସି ହଟାଇବାକୁ ସଂସଦରେ ବିଲ୍ ଆଗତ କରାଯାଇଛି । ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ବିଲ୍ ଆଗତ କରିଛନ୍ତି । ଆଇପିସି ହଟିବା ପରେ ତା’ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯିବ ।

ସେହିପରି ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ଆଇଇଏ ହଟି ତା’ ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ । ବିଲ୍ ଆଗତ ବେଳେ ଗୃହମନ୍ତ୍ରୀ ଅମିତ ଶାହ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ହେଉଛି ଆଇନର ଉଦ୍ଦେଶ୍ୟ ।

ଆଇପିସିରେ ୫୧୧ ଧାରା ଥିଲା, ହେଲେ ଏବେ ୩୫୬ଟି ଧାରା ରହିବ । ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ । ୮ଟି ନୂଆ ଧାରା ଯୋଡ଼ାଯିବ । ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିଯିବ ବୋଲି କୁହାଯାଇଛି ।

ସେହିପରି ସିଆରପିସିରେ ୫୩୩ ଧାରା ରହିବ । ହେଲେ ବଦଳିବ ୧୬୦ ଧାରା । ସିଆର୍‌ପିସିରେ ସାମିଲ ହେବ ୯ ନୂଆ ଧାରା । ୯ ଧାରା ଉଚ୍ଛେଦ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ।