Advertisment

ଅମିତ ଶାହଙ୍କ ବଡ଼ ବୟାନ- ‘୨୦୨୪ରେ ବିଜେପିକୁ କେହି ଟକ୍କର ଦେଇପାରିବେନି’

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କଲାବାଲା କେହି ନାହାନ୍ତି । ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Union Home Minister Amit Shah On 2024 General Elections

Union Home Minister Amit Shah On 2024 General Elections

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କଲା ବାଲା କେହି ନାହାନ୍ତି । ଆସନ୍ତା ନିର୍ବାଚନରେ ବିଜେପିର ମୁଖ୍ୟ ବିରୋଧୀ ଦଳ କିଏ ହେବ ତାହା ଦେଶର ଜନତା ବାଛିବେ। ବ୍ରଡ୍‌କାଷ୍ଟ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। 

Advertisment

ସେ କହିଛନ୍ତି ଯେ, କେନ୍ଦ୍ରର ବିଭିନ୍ନ ପଦକ୍ଷେପ ଯୋଗୁ ତୃଣମୂଳସ୍ତରରେ ରହୁଥିବା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି । ଆଉ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି । ସେହିଭଳି ଏ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଅମିତ ଶାହ ଆଶା ରଖିଛନ୍ତି।

ଅଧିକ ପଢ଼ନ୍ତୁ: ଆଟାକିଂ ମୋଡ୍‌କୁ ଫେରିଲେ ମୋଦି, ସଂସଦରେ କଂଗ୍ରେସକୁ ପ୍ରବଳ ଧୋଇଲେ

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ଗତ ୮ ବର୍ଷ ମଧ୍ୟରେ ମୋଦି ୫୧ ଥର ଉତ୍ତରପୂର୍ବାଞ୍ଚଳ ଗସ୍ତ କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରେ ଉତ୍ତରପୂର୍ବାଞ୍ଚଳକୁ ଶାନ୍ତି ଫେରିଛି। ବିଭିନ୍ନ ଉଗ୍ରବାଦୀ ସଂଗଠନ ସହ ଚୂଡ଼ାନ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସେହିପରି ତ୍ରିପୁରାରେ ରହୁଥିବା ୪୦ ହଜାର ବ୍ରୁ, ରିୟଙ୍ଗ ପରିବାର ହକ୍‌ ପାଇଛନ୍ତି।

Advertisment

୨୦୨୪ ସାଧାରଣ ନିର୍ବାଚନକୁ ନେଇ ଅମିତ ଶାହ କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେପିକୁ କେହି ହଟାଇ ପାରିବେନି। ୨୦୨୪ରେ ଭୋଟର କେବଳ ପ୍ରମୁଖ ବିରୋଧୀଦଳ ବାଛିବେ।କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ବିଜେପି ଭଲ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। 

Amit Shah General Election 2024
Advertisment
Advertisment