• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଜେଟ୍ ୨୦୨୩-୨୪ରେ ନିର୍ମଳା ସୀତାରମଣ କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି । ଯୁବ ନିବେଶକଙ୍କ ପାଇଁ ଏଗ୍ରି ଷ୍ଟାର୍ଟଅପ୍ ତିଆରି କରାଯିବ । ଆସନ୍ତା ୩ ବର୍ଷ ମଧ୍ୟରେ ନ୍ୟାଚୁରାଲ୍ ଫାର୍ମିଂ ପାଇଁ ଏକ କୋଟି ଚାଷୀଙ୍କୁ ସହାୟତା ପ୍ରଦାନ କରିଯିବ ବୋଲି ଘୋଷଣା କରିଛନ୍ତି ନିର୍ମଳା ।  ଅର୍ଥମନ୍ତ୍ରୀ କହିଛନ୍ତି, କୃଷି ସହ ଜଡିତ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରାଥମିକତା ଦିଆଯିବ । ଯୁବ ଉଦ୍ୟୋଗୀମାନଙ୍କ ଦ୍ୱାରା କୃଷି-ଷ୍ଟାର୍ଟଅପକୁ ଉତ୍ସାହିତ କରିବା ପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି(Agriculture Accelerator Fund) ସୃଷ୍ଟି କରାଯିବ ।  ଏହାସହ ନିର୍ମଳା ସୀତାରମଣ  କୃଷି ପ୍ରୋତ୍ସାହନ ନୀତି ଘୋଷଣା କରିଛନ୍ତି ।

Live Updates: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ

ଦେଶରେ ୧୦ ହଜାର ବାୟୋ ଇନପୁଟ୍ ରିସୋର୍ସ ସେଣ୍ଟର ସ୍ଥପନ କରାଯିବ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ୍ଚକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଭାବେ ବିକଶିତ କରାଯିବ । ୬୩ ହଜାର ପ୍ରାଥମିକ କୃଷି ଋଣ ସୋସାଇଟିକୁ କମ୍ପ୍ୟୁଟରିକରଣ କରାଯିବ ।ସ ରକାର କୃଷି କ୍ଷେତ୍ର ପାଇଁ ଷ୍ଟୋରେଜ୍‌ କ୍ଷମତା ବୃଦ୍ଧି କରିବ । ମତ୍ସ୍ୟଜୀବୀ, ଗୋପାଳକ ଏବଂ ଅନ୍ୟ ସମସ୍ତ ପ୍ରକାର ପଶୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ୨୦ ଲକ୍ଷ କୋଟି ଋଣ ପ୍ରଦାନ ପାଇଁ ଚଳିତ ବଜେଟରେ ଘୋଷଣା କରିଛନ୍ତି ନିର୍ମଳା... ।

ବାର୍ଷିକ ଭିତ୍ତିରେ ଏହା 11.1% ବୃଦ୍ଧି ପାଇବ । ପିପିପି ମୋଡରେ  ସରକାର କପା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦନକୁ ସଂରକ୍ଷିତ କରିବାରେ ଓ ଉତ୍ତମ ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବ  । 

ଅଧିକ ପଢ଼ନ୍ତୁ: ବଜେଟ୍ କ’ଣ; ଏହା କିପରି ଆପଣଙ୍କୁ ସହଯୋଗ କରିବ…