/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694447075.jpg)
Rishi Sunak-Akshyata
ଚେୟାରରେ ବସିଥିଲେ ୭୫ ବର୍ଷୀୟା ଶେଖ୍ ହସିନା, ବାଂଲାଦେଶର ପ୍ରଧାନମନ୍ତ୍ରୀ । ଆଉ ତାଙ୍କ ପାଖରେ ଆଣ୍ଠୁମାଡ଼ି ବସି କଥା ହେଉଥିଲେ ତାଙ୍କ ପୁଅ ବୟସର ରିଷି ସୁନକ୍, ବ୍ରିଟେନର ପ୍ରଧାନମନ୍ତ୍ରୀ। G20 ସମ୍ମିଳନୀ ବେଳର ଏହି ଫଟୋକୁ ଦେଖିଲେ ଜମାରୁ ଲାଗିବନି, ଇଏ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ କଥାବାର୍ତ୍ତା । ୪୩ ବର୍ଷୀୟ ସୁନକଙ୍କ ଏଭଳି ନମ୍ର ଆଚରଣର ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।
ଗତ ମେ ମାସରେ ଲଣ୍ଡନରେ ଦ୍ୱିପାକ୍ଷିକ ଆଲୋଚନା ବେଳେ, ଶେଖ୍ ହାସିନାଙ୍କୁ ନିଜର ପ୍ରେରଣା ବୋଲି କହିଥିଲେ ସୁନକ୍। ଆଉ ସେହି ଶ୍ରଦ୍ଧା ଏବେ ଦିଲ୍ଲୀର ଏହି ଫଟୋରେ ବି ଝଲସୁଛି । ଖାଲି ଏହି ଘଟଣା ନୁହେଁ, ଗତକାଲି ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳକୁ ଯିବା ବେଳେ, ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସମେତ କିଛି ନେତା ଓଭର୍ ସୁ' ଓ ସ୍ଲିପର୍ ଆଦି ପିନ୍ଧିଥିଲେ।
ହେଲେ ପିଏମ୍ ମୋଦିଙ୍କ ଭଳି ଖାଲି ପାଦରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଯିବାକୁ ପସନ୍ଦ କରିଥିଲେ ସୁନକ୍। G20 ବୈଠକରେ ତାଙ୍କଠି ଯେମିତି ବିଶ୍ୱନେତାର ବ୍ୟକ୍ତିତ୍ୱ ଝଲସୁଥିଲା, ଅନ୍ୟ ସମୟରେ ସେମିତି ଦେଖିବାକୁ ମିଳୁଥିଲା ଜଣେ ଅମାୟିକ ଭଦ୍ର ବ୍ୟକ୍ତିର ଲକ୍ଷଣ। ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ହେଉଛନ୍ତି ରିଷି ସୁନକ୍ ।
ଇନଫୋସିସ୍ ସହ-ପ୍ରତିଷ୍ଠାତା ଏନ୍.ଆର୍. ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ସେ ବିବାହ କରିଛନ୍ତି । ତେବେ ଭାରତର ଏହି ଚର୍ଚ୍ଚିତ ଝିଅ-ଜ୍ୱାଇଁ ଦେଶକୁ ଆସିବା ପରେ, ସେମାନଙ୍କ ଉପରେ ଅଟକିଥିଲା ସମସ୍ତଙ୍କ ନଜର। ବିମାନରୁ ଓହ୍ଲାଇବା ଆଗରୁ ଅକ୍ଷତା ରିଷିଙ୍କ ଟାଇ ସଜାଡ଼ିବାର ଫଟୋ, ଅକ୍ଷରଧାମରେ ପତି ପତ୍ନୀଙ୍କ ପୂଜାର୍ଚ୍ଚନା ଏବଂ ସର୍ବୋପରି ବର୍ଷା ଭିଜା ପାଗରେ ନାଲି ଛତା ତଳେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।
ଅକ୍ଷତା ଲଣ୍ଡନରୁ ୱେଷ୍ଟର୍ଣ୍ଣ ଡ୍ରେସରେ ଆସିଥିଲେ ବି, ଭାରତ ମାଟିରେ ପାଦ ଦେବା ପରେ ବିଭିନ୍ନ ଭାରତୀୟ ପରିଧାନରେ ନଜର ଆସିଥିଲେ । ଆଉ ବ୍ରିଟେନ ଫେରିବା ବେଳେ ତ ସମସ୍ତଙ୍କ ମନ ଜିଣିନେଇଥିଲେ ଅକ୍ଷତା। ସେତେବେଳେ ସେ ହାଲକା ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିଲେ ଏବଂ ବିମାନରେ ବସି ଶାଶୁ ଘର ଦେଶକୁ ଯିବା ଆଗରୁ ଯୋଡ଼ହସ୍ତରେ ପ୍ରଣାମ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)