Advertisment

ଏଣିକି ଏହି ସହରରେ ଗଡ଼ିବନି Ola, Uber ଅଟୋ

ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍‌ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Uber, Ola And Rapido To Stop Autorickshaw Services In Bengaluru

Uber, Ola And Rapido To Stop Autorickshaw Services In Bengaluru

ବେଙ୍ଗାଲୁରୁରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍‌ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ତେଣୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ୩ କ୍ୟାବ୍‌ର ତିନି ଚକିଆ ଯାନ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। 

Advertisment

ଏନେଇ ବେଙ୍ଗାଲୁରୁର ପରିବହନ ବିଭାଗର ଅତିରିକ୍ତ କମିଶନର ହେମନ୍ତ କୁମାରା କହିଛନ୍ତି ଯେ, ସହର ଭିତରେ ଅଟୋ ଚଲାଇବା ପାଇଁ ସେମାନଙ୍କୁ ଅନୁମତି ପ୍ରଦାନ କରାଯାଇ ନାହିଁ। କାରଣ ସେମାନେ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ କରୁଛନ୍ତି। ଯାହାକି ଏକ ଏକ ସାଂଘାତିକ ଅଭିଯୋଗ। ଗ୍ରାହକଙ୍କୁ ଏଭଳି ପ୍ରକାର ହଇରାଣକୁ ଆମେ ବରଦାସ୍ତ କରିପାରିବୁ ନାହିଁ। ତେଣୁ ଉଚିତ୍‌ ଭଡ଼ା ସେମାନଙ୍କ ଠାରୁ ନିଆଯାଉ। ପରିବହନ ବିଭାଗର ଅତିରିକ୍ତ କମିଶନର ଆହୁରି କହିଛନ୍ତି ଯେ, ସେବା ବନ୍ଦ ନେଇ କମ୍ପାନୀ ଗୁଡ଼ିକୁ ନୋଟିସ୍‌ ଜାରି କରାଯାଇଛି। 

ଅନ୍ୟପକ୍ଷେ, ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେବାକୁ Uber, Ola ମନା କରିଦେଇଛନ୍ତି। ସେପଟେ Rapido କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସ୍ଥିର କରିଥିବା ଭଡ଼ା ଅନୁଯାୟୀ ଆମେ ଭଡ଼ା ଧାର୍ଯ୍ୟ କରିଥାଉ। ତେଣୁ ରାପିଡୋ ସେହି ଭଡ଼ା ଉପରେ କୌଣସି ଅତିରିକ୍ତ ଭଡ଼ା ଆଦାୟ କରେ ନାହିଁ।’

Advertisment

ସୂଚନାଥାଉ କି, କିଛି ମାସ ପୂର୍ବେ ଏକ ଖବର ସାମ୍ନାକୁ ଆସିଥିଲା ଯେ, ଓଲା, ଉବେର ଗାଡ଼ିରେ ଏସି ଲଗାଇବା ପାଇଁ ଗ୍ରାହକଙ୍କୁ ମନା କରାଯାଉଛି। ବେଙ୍ଗାଲୁରୁରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଓଲା, ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି । ଏପରିକି ଏକ୍ସଟ୍ରା ଚାର୍ଜ ଦେଲେ ଏସି ଲାଗିପାରିବ ବୋଲି କହୁଛନ୍ତି। ତେବେ ଏହାର ସବୁଠୁ ବଡ଼ କାରଣ ହେଲା, ତୈଳ ଦର ବୃଦ୍ଧି ଏବଂ ସ୍ୱଳ୍ପ କମିଶନ। ଏହାକୁ ମ୍ୟାନେଜ କରିବା ପାଇଁ Uber, Ola ଡ୍ରାଇଭର ଏହି ପନ୍ଥା ଆପଣାଇଥିବା ଜଣାପଡ଼ିଥିଲା।

Ola Uber Autorickshaw Service
Advertisment
Advertisment