/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664955617.jpg)
PET Teacher
କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦାବିରେ ପାଣି ଟାଙ୍କି ଉପରେ ଚଢିଲେ ୨ ଆଶାୟୀ ଯୁବତୀ । ପାଣି ଟାଙ୍କି ଉପରକୁ ଚଢ଼ି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି ୨ ଯୁବତୀ । ପଂଜାବ ମୋହାଲିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପୂର୍ବରୁ କଂଗ୍ରେସ ସରକାର ସମୟରେ ୬୪୬ କ୍ରୀଡା ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଥିଲା । ହେଲେ ନିର୍ବାଚନର ୬ ମାସ ପରେ ଆପ୍ ସରକାର ଏହି ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି କ୍ରୀଡା ଶିକ୍ଷକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ ।
୨୦୧୧ ମସିହାରେ ଶିକ୍ଷକ ନିଯୁକ୍ତି ପାଇଁ ସରକାର ବିଜ୍ଞାପନ ଦେଇଥିଲେ । ପରେ ଏହି ମାମଲା ପଂଜାବ ହାଇକୋର୍ଟକୁ ଯାଇଥିଲା । ତେବେ ୨୦୨୧ ମସିହାରେ ହାଇକୋର୍ଟ ଏହି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସରକାର ପିଇଟି ଶିକ୍ଷକ ପଦବୀ ପୂରଣ କରୁନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଆଗାମୀ ଦିନରେ ସରକାର ଏନେଇ କୌଣସି ପଦକ୍ଷେପ ନ ହେଲେ ଜୋରଦାର ଆନ୍ଦୋଳନର ଧମକ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)