• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା କୋଠା । କୋଲାକାତା ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡ଼ି ଯାଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତାହତ ମାନେ ଶ୍ରମିକ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ୍ ପହଞ୍ଚି ରେସ୍କ୍ୟୁ ଅପରେସନ୍ କୁ ଜୋରଦାର କରିଛି ।

ତେବେ ଏହା ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ରେସ୍କ୍ୟୁ ରେ ବେଶ୍ ଅସୁବିଧା ଉପୁଜିଛି । ଘଟଣାରେ ତଦନ୍ତ ଆରମ୍ଭ ହୋଇଛି, କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ଅଘଟଣ ହେଲା ସେ ନେଇ ଖୋଳତାଡ଼ କରୁଛି । ସେପଟେ କୋଲକାତା ବିଲଡିଂ ଭୁଶୁଡ଼ିବା ଘଟଣାସ୍ଥଳକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଆଜି ମମତା କୋଲାକାତା ଗାର୍ଡେନ୍ ରିଚ୍ ର ଦୁର୍ଘଟଣା ସ୍ପଟ୍ କୁ ଯାଇ ସ୍ଥିତି ପରଖିଛନ୍ତି । ଗତ ସପ୍ତାହରେ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଚିକିତ୍ସା ପରେ ସେ ମେଡିକାଲରୁ ବାହାରିଥିଲେ । ତେବେ ଆଜି ମମତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍ ଲାଗିଥିବା ଦେଖିବାକୁ ମିଳିଛି ।

ବ୍ୟାଣ୍ଡେଜ୍ ଲାଗିଥିବା ଅବସ୍ଥାରେ ହିଁ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ରେସ୍କ୍ୟୁ ଅପରେସନ୍ ପରଖିଛନ୍ତି । ଗତକାଲି ରାତିରେ କୋଲାକାତା ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡ଼ି ଯାଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମୃତାହତ ମାନେ ଶ୍ରମିକ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ୍ ପହଞ୍ଚି ରେସ୍କ୍ୟୁ ଅପରେସନ୍ କୁ ଜୋରଦାର କରିଛି । ତେବେ ଏହା ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ରେସ୍କ୍ୟୁ ରେ ବେଶ୍ ଅସୁବିଧା ଉପୁଜିଛି । ଘଟଣାରେ ତଦନ୍ତ ଆରମ୍ଭ ହୋଇଛି, କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ଅଘଟଣ ହେଲା ସେନେଇ ଖୋଳତାଡ଼ କରୁଛି ।