• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ପ୍ରମୁଖ ସମାଚାର ଏଜେନ୍ସି Asian News International (ANI)ର ଟ୍ୱିଟର ହ୍ୟାଣ୍ଡେଲ ବ୍ଲକ । ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ପକ୍ଷରୁ ହଠାତ୍ ଶନିବାର ଅପରାହ୍ନରେ @ANI ହ୍ୟାଣ୍ଡେଲକୁ ସସପେଣ୍ଡ୍‌ କରାଯାଇଛି । ୭୬ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ANIକୁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ କରୁନଥିବା ତଥା ନାବାଳକ ଦର୍ଶାଇ ହ୍ୟାଣ୍ଡେଲ ବ୍ଲକ୍‌ କରାଯାଇଛି । ଫଳରେ ANIର ଟ୍ୱିଟର ହ୍ୟାଣ୍ଡେଲ ଖୋଲିବା ପାଇଁ ଚେଷ୍ଟା କଲେ କୌଣସି ଖବର ଦେଖାଯାଉ ନାହିଁ । ‘This account doesn’t’ ଲେଖା ଦେଖିବାକୁ ମିଳୁଛି ।

ANI ସମ୍ପାଦିକା ସ୍ମିତା ପ୍ରକାଶ ଟ୍ୱିଟ୍ କରି କହିଛନ୍ତି , ଟ୍ୱିଟର ପକ୍ଷରୁ ANIର ହ୍ୟାଣ୍ଡେଲକୁ ସସପେଣ୍ଡ୍ କରାଯାଇଛି । ଆକାଉଣ୍ଟ ବ୍ଳକ ହେବା ପରେ ANI ପାଖକୁ ଆସିଥିବା ସ୍କ୍ରିନସଟ ସେୟାର କରିଛନ୍ତି ସ୍ମିତା ପ୍ରକାଶ । ସେଥିରେ ଲେଖା ଅଛି, ‘ ଟ୍ୱିଟର ଆକାଉଣ୍ଟ ଖୋଲିବାକୁ, ଅତି କମରେ ୧୩ ବର୍ଷ ହୋଇଥିବା ଆବଶ୍ୟକ । ଏହି ବୟସ ଆବଶ୍ୟକତାକୁ ଆପଣ ପୂରଣ କରିପାରୁ ନାହାନ୍ତି । ’

ତେଣୁ ଟ୍ୱିଟର ଆକାଉଣ୍ଟ କ୍ରିଏଟର୍‌ଙ୍କ ବୟସ ୧୩ ବର୍ଷ ବୋଲି କୁହାଯାଇ ଲକ୍‌ କରାଯାଇଛି । ସ୍ମିତା ପ୍ରକାଶ ଟ୍ୱିଟରର ମାଲିକ ଏଲନ୍ ମସ୍କକୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ପ୍ରଥମେ ଗୋଲ୍ଡେନ୍ ଟିକ୍‌ ନେଇଯାଇଥିଲେ, ପରେ ଅଭିଯୋଗ ପରେ ବ୍ଲୁ ଟିକ୍‌ ଫେରିଥିଲା । ହେଲେ ବର୍ତ୍ତମାନ ହ୍ୟାଣ୍ଡେଲ୍‌କୁ ହିଁ ଲକ୍ କରି ଦିଆଯାଇଛି ବୋଲି ସେ ଲେଖିଛନ୍ତି  । ସେହିପରି ପରବର୍ତ୍ତୀ ଟ୍ୱିଟ୍‌ରେ ସ୍ମିତା ଲେଖିଛନ୍ତି, 'ଆମକୁ ୧୩ ବର୍ଷରୁ କମ୍ ବୟସ ନୁହେଁ !' ଏହାସହ ଶୀଘ୍ର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ରିଷ୍ଟୋର କରିବା ପାଇଁ ଅନୁରୋଧ କରିଛନ୍ତି ।

ANI ନିଜକୁ ଟ୍ୱିଟରରେ ଭାରତର ନଂ ୱାନ୍ ମଲ୍ଟିମିଡିଆ ନ୍ୟୁଜ୍ ଏଜେନ୍ସି' ଭାବରେ ବର୍ଣ୍ଣନା କରିଛି । ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ANI ପ୍ରତିଷ୍ଠା ହେବାର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ହୋଇସାରିଛି । ନିଜକୁ 'ଦକ୍ଷିଣ ଏସିଆର ଅଗ୍ରଣୀ ମଲ୍ଟିମିଡିଆ ନ୍ୟୁଜ୍ ଏଜେନ୍ସି' ଭାବରେ ଦାବି କରୁଥିବା ANIର ସମଗ୍ର ବିଶ୍ୱରେ ୧୦୦ରୁ ଅଧିକ ବ୍ୟୁରୋ ଅଛି ।

ସୂଚନାଯୋଗ୍ୟ ଟ୍ୱିଟର ହ୍ୟାଣ୍ଡେଲ୍‌ ତିଆରି ପାଇଁ କ୍ରିଏଟର୍‌ଙ୍କୁ ଅତି କମରେ ୧୩ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଯେଉଁମାନେ ୧୩ ବର୍ଷରୁ କମ୍‌ ହୋଇଥିବେ ସେମାନଙ୍କ ଆକାଉଣ୍ଟ ଲକ୍ କରିବା ସହ ଟ୍ୱିଟରରୁ ହଟାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।