• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଅପରେସନକୁ ନେଇ ଆଶ୍ବସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାୟୁସେନା ହେଲିକେପ୍ଟର ଚିନୁକରେ ରିଷିକେଶ AIIMSକୁ ନିଆଯାଇଛି ।

ହସପିଟାଲ ଯାଇ ଆହତ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବ୍ୟକ୍ତିଗତ ସଚିବ ଏସ.କେ. ଜେନା ମଧ୍ୟ ଶ୍ରମିକଙ୍କୁ ଭେଟିଛନ୍ତି । ସେପଟେ ଶ୍ରମିକଙ୍କୁ ସାଙ୍ଗରେ ଘରକୁ ଆଣିବାକୁ ହସପିଟାଲରେ ଅପେକ୍ଷା କରିଛନ୍ତି ସେମାନଙ୍କ ସମ୍ପର୍କୀୟ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଶ୍ରମିକଙ୍କୁ ଭେଟି ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ସେପଟେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ସହ ଫୋନରେ କଥା ହୋଇଥିବା ବେଳେ, ଖୁବଶୀଘ୍ର ସେମାନଙ୍କୁ ଭେଟିବା ଲାଗି ଉତ୍ତରାଖଣ୍ଡ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୪ ଶହରୁ ଅଧିକ ଘଣ୍ଟାର ମହା-ଅପରେସନ୍..୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା.. ୭ରୁ ଅଧିକ ଏଜେନ୍ସିଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଛି ୪୧ ଜୀବନ । ସବୁ ଶ୍ରମ, ସବୁ ଉଦ୍ୟମ, ସବୁ ପ୍ରାର୍ଥନା ସଫଳ ହୋଇଛି । ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ସୁରକ୍ଷିତ ଭାବେ ଫେରିଛନ୍ତି ଜଣେ ପରେ ଜଣେ ସାହସୀ ଶ୍ରମିକ ।

ଅଭିଜ୍ଞ ରାଟ୍-ହୋଲ୍ ମାଇନର୍‌ଙ୍କ କଠିନ ପରିଶ୍ରମ ପରେ ପ୍ରଥମେ ଏନ୍‌ଡିଆର୍‌ଏଫ୍‌ ଯବାନ ବାହାର ପଟୁ ଭିତରକୁ ଯାଇ ଶ୍ରମିକମାନଙ୍କ ସ୍ଥିତି ପରଖିବା ସହ ସେମାନେ କିପରି ପାଇପ୍‌ ଭିତର ଦେଇ ବାହାରି ପାରିବେ ତାହା ବୁଝାଇଥିଲେ । ଏହାପରେ ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ବାହାରିଥିଲେ ଜଣକ ପରେ ଜଣେ ସାହସୀ ଶ୍ରମିକ।