Advertisment

ଦିଦିଙ୍କୁ ବଡ଼ ଝଟକା, ଇସ୍ତଫା ଦେଲେ TMC ସାଂସଦ ଜୱାହାର ସରକାର

ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପତ୍ର ଲେଖି ଇସ୍ତଫା ବିଷୟରେ ଅବଗତ କରିବା ସହ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଛନ୍ତି ।

author-image
Santosh Kumar Sahoo
TMC MP

TMC MP

ପଶ୍ଚିମବଙ୍ଗ ଆରଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମମତା ସରକାରକୁ ଝଟକା । ଏହି ଘଟଣାର ପ୍ରତିବାଦରେ ତୃଣମୂଳ କଂଗ୍ରେସ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଜୱାହାର ସରକାର । ଜୱାହାର ଟିଏମସିର ରାଜ୍ୟସଭା ସାଂସଦ ଥିଲେ । ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ମନୋଭାବ ଉପରେ ସେ ସନ୍ଦେହ ପ୍ରକାଶ କରି ବିଷୋଦଗାର କରିଛନ୍ତି ।

Advertisment

ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପତ୍ର ଲେଖି ଇସ୍ତଫା ବିଷୟରେ ଅବଗତ କରିବା ସହ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେବା କଥା ଉଲ୍ଲେଖ କରିଛନ୍ତି । ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ମମତା ବାନାର୍ଜୀ ସିଧାସଳଖ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ନେଇ ଆଶା କରାଯାଉଥିଲା । ହେଲେ ମମତା ଏପରି କରିନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଜୱାହାର । ଦଳରେ କିଛି ଦୁର୍ନୀତିଗ୍ରସ୍ତ ଲୋକଙ୍କ ମନମୁଖୀ କାର୍ଯ୍ୟଶୈଳୀରେ ଲୋକେ ଅତିଷ୍ଠ ହୋଇଥିବା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପଶ୍ଚିମବଙ୍ଗରେ ଚାଲିଥିବା ଆନ୍ଦୋଳ ଏଭଳି ଜନଆକ୍ରୋଶର ପ୍ରତିଫଳନ ବୋଲି ସେ ଦିଦିଙ୍କୁ ଲେଖିଛନ୍ତି ।

Advertisment

Mamata Banerjee TMC
Advertisment
Advertisment