Advertisment

Sunita Williams: ମହାଶୂନ୍ୟରୁ ଫେରୁଥିଲେ ସୁନୀତା; କାହିଁକି ପଢ଼ାଗଲା ହନୁମାନ ଚାଲିଶା

ସୁନୀତାଙ୍କ ଫେରିବା ପରେ ଭାରତରେ ସେଲିବ୍ରେସନ୍ କରାଯାଇଥିଲା। ସୁନୀତା ଫେରିବା ପରେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଇଛନ୍ତି ଗୁଜରାଟ ମେହସାନ୍ ବାସିନ୍ଦା। ସେହିପରି ଉଜୈନରେ ରାତିସାରା ଯଜ୍ଞ କରିଥିଲେ ଲୋକେ।

ଅଦ୍ୟତନ ହୋଇଛି
undefined

Sunita Williams

Advertisment

୯ମାସର ଅନୁଭୂତିକୁ ସାଥୀରେ ନେଇ ଅନ୍ତରୀକ୍ଷରୁ ଫେରିଛନ୍ତି ସୁନୀତା ୱିଲିୟମ୍ସ। ରଚିଛନ୍ତି ଇତିହାସ । ୯ମାସ ସୁନୀତାଙ୍କ ପାଇଁ ଥିଲା କଠିନ ଯାତ୍ରା। ଯେତେବେଳେ ସୁନୀତା ମହାକାଶରୁ ଫେରୁଥିଲେ ସେତେବେଳେ ସମସ୍ତଙ୍କ ମନରେ ଥିଲା ଛନକା। କାଳେ କିଛି ଅସୁବିଧା ହେବ କି? ଡ୍ରାଗନ୍ କ୍ୟାପସୁଲରେ କିଛି ତ୍ରୁଟି ଦେଖାଯିବ କି? ଭୁପୃଷ୍ଠରେ ପହଞ୍ଚିବାରେ ସୁନୀତା ଅସୁବିଧା ହେବନି ତ? ଏଭଳି ଆଶା ଆଶଙ୍କା ଦେଖାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ୮ ଦିନରୁ ୯ମାସ ; ମହାଶୂନ୍ୟରେ କ’ଣ ଖାଉଥିଲେ ସୁନୀତା

ନାସାର ବୈଜ୍ଞାନିକମାନେ ସୁନୀତା ମହାକାଶରୁ ବାହାରିବା ଠାରୁ ଆରମ୍ଭ କରି ପହଞ୍ଚିବା ପର୍ଯ୍ୟନ୍ତ ଟିଭି ପରଦାରେ ସବୁ ଦେଖୁଥିଲେ। ଏଥିସହ ବିଶ୍ୱବାସୀ ସୁନୀତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। କିପରି ସୁନୀତା ସୁରକ୍ଷିତ ଭାବେ ମହାକାଶରୁ ଫେରି ଆସନ୍ତୁ, ସମସ୍ତେ ଭଗବାନଙ୍କୁ ଡାକୁଥିଲେ। ସୁନୀତା ମହାକାଶରୁ ଫେରିଲାବେଳେ କିଛି ଲୋକ ହନୁମାନ ଚାଲିଶା ପାଠ କରୁଥିଲେ।

ବଜରରଙ୍ଗବାଲୀ ହନୁମାନ ସୁନୀତାଙ୍କୁ କିପରି ସୁରକ୍ଷିତ ଭାବେ ଭୃପୃଷ୍ଠରେ ପହଞ୍ଚାନ୍ତୁ?  ସଙ୍କଟ ମୋଚକ ସାଜି ସୁନୀତାଙ୍କୁ ରକ୍ଷା କରନ୍ତୁ, ସୁନୀତା ମହାକାଶରୁ ଫେରିବା ବାଟରେ କୌଣସି ବାଧା ବିଘ୍ନ ନ ଆସୁ, ସେ ଭୃପୃଷ୍ଠରେ ଭଲରେ ପହଞ୍ଚନ୍ତୁ ବୋଲି ହନୁମାନଙ୍କୁ ଡାକୁଥିଲେ ଲୋକେ। 

Advertisment

ସୁନୀତାଙ୍କ ଫେରିବା ପରେ ଭାରତରେ ସେଲିବ୍ରେସନ୍ କରାଯାଇଥିଲା। ସୁନୀତା ଫେରିବା ପରେ ବାଣ ଫୁଟାଇ, ମିଠା ଖାଇ ଖୁସି ମନାଇଛନ୍ତି ଗୁଜରାଟ ମେହସାନା ଜିଲ୍ଲାର ବାସିନ୍ଦା। ଏହି ଜିଲ୍ଲାର ଝୁଲାସାନରେ ରହିଛି ସୁନୀତାଙ୍କ ବାପାଙ୍କ ପୈତୃକ ଘର । ସେହିପରି ଉଜୈନରେ ରାତିସାରା ଯଜ୍ଞ କରିଥିଲେ ଲୋକେ।

ଉଲ୍ଲେଖଯୋଗ୍ୟ, ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସି ରହିଥିଲେ। ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଶେଷରେ ଆଜି ଭୋରରୁ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସୁନୀତା ପୃଥିବୀକୁ ଫେରିଲେ, ସାଥୀ ବୈଜ୍ଞାନିକଙ୍କୁ ଦେଖି ହସି ଦେଲେ

 

NASA Sunita Williams
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ