Advertisment

Maoist Leader Neutralized: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ ମାଓନେତା ଭାସ୍କର

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନ୍‌କାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ୍ ହାର୍ଡକୋର୍ ମାଓବାଦୀ ନିହତ ହୋଇଛି। ଗୋଟିଏ AK-47 ରାଇଫଲ ସହ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
Top Naxal leader Bhaskar killed

Top Naxal leader Bhaskar killed

Advertisment

ମୋଷ୍ଟଓ୍ୱାଣ୍ଟେଡ୍ ମାଓନେତା ଭାସ୍କର ନିହତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ମାଓନେତା ମାଲିରାପୁ ଆଡଲୁ ଓରଫ ଭାସ୍କର। ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି। ନକ୍ସଲ ବିରୋଧି ଅଭିଯାନରେ ସ୍ପେଶାଲ ଟାସ୍କ ଫୋର୍ସ ଏବଂ ରାଜ୍ୟ ପୋଲିସର ଜିଲ୍ଲା ରିଜର୍ଭ ଗାର୍ଡ ସହ ସିଆରପିଏଫର ସ୍ୱତନ୍ତ୍ର ୟୁନିଟ କୋବ୍ରା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବାହିନୀଙ୍କୁ ଏହି ସଫଳତା ମିଳିଛି ।

Advertisment

ଅଧିକ ପଢ଼ନ୍ତୁ: ଆତଙ୍କୀ ହମଲା: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମରଶରୀର

ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ମାଓବାଦୀ ରହିଥିବା ଖବର ପାଇ କମ୍ବିଂ ଅପରେସନ କରିଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମାଓବାଦୀର ମୃତ ଦେହ ସମେତ ଗୋଟିଏ AK-47 ରାଇଫଲ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିଲା । ପରେ ତଦନ୍ତ କରିବାରୁ ତାହା ତେଲେଙ୍ଗାନା ରାଜ୍ୟ କମିଟିର ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ଭାସ୍କର ଓରଫ ମୈଲାରାପୁ ଆଦେଲୁର ବୋଲି ଜଣା ପଡିଥିଲା । 

ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡ଼ର ମୋଷ୍ଟଓ୍ୱାଣ୍ଟେଡ୍ ଥିଲା ଭାସ୍କର। ତାକୁ ଧରାଇଦେବା ଲାଗି ଛତିଶଗଡରେ ୨୫ ଲକ୍ଷ ଟଙ୍କା ଓ ତେଲେଙ୍ଗାନାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ମିଳିତ ଅପରେସନରେ ନିହତ ହୋଇଛି ଭାସ୍କର। ପୂର୍ବରୁ ସୁରକ୍ଷା କର୍ମୀଙ୍କ ଗୁଳିରେ କେନ୍ଦ୍ରୀୟ କମିଟି ସଦସ୍ୟ ବାଲକ୍ରୀଷ୍ଣ ସୁଧାକର ମଧ୍ୟ ନିହତ ହୋଇଥିଲା। ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଅଧିକ ପଢ଼ନ୍ତୁ: ମୌସୁମୀ ଉଭାନ! ଆଜି ବି କଲବଲ କରିବ ଗୁଳୁଗୁଳି

Chhattisgarh Bijapur Maoist Killed In Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ