Advertisment

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେବେ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀ । ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ମୋଦି । ଏହା ପଞ୍ଚମ ଥର ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ହେଉଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Pariksha Pe Charcha

Pariksha Pe Charcha

ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀଆଜି ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ କରୁଛନ୍ତି ।

Advertisment

ପିଏମ୍ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅଭିଭାବକ ଓ ଶିକ୍ଷକ ମଧ୍ୟ ଯୋଡ଼ି ହୋଇ ଚାପ ମୁକ୍ତ ପରୀକ୍ଷା ସମ୍ପର୍କରେ ନିଜ ନିଜର ମତ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଗତ ଡିସେମ୍ବର ଓ ଜାନୁଆରୀ ମାସରେ ଅନଲାଇନରେ ଏକ କ୍ରିଏଟିଭ୍ ରାଇଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଯେଉଁଥିରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୫ଲକ୍ଷରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ କାର୍ଯ୍ୟକ୍ରମର ପ୍ରଥମ ତିନିଟି ଏଡିସନ୍ । ଦିଲ୍ଲୀର ଟାଉନ୍ ହଲରେ ହୋଇଥିବା ବେଳେ କରୋନା ଯୋଗୁଁ ଚତୁର୍ଥ ସଂସ୍କରଣ ଅନଲାଇନରେ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ।

Advertisment
Pariksha Pe Charcha
Advertisment
Advertisment