Advertisment

ଅଚାନକ ଭୁଶୁଡ଼ିଗଲା ୩ ମହଲା କୋଠା, ଚାଲିଗଲା ୩ ଜୀବନ

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ । ଭଗ୍ନାବଶେଷ ତଳୁ ୫ ଜଣ ସୁରକ୍ଷିତ ଉଦ୍ଧାର ।

author-image
Satyendu Shekher Mishra
Uttar Pradesh Building Collapsed

Uttar Pradesh Building Collapsed

ଉତ୍ତର ପ୍ରଦେଶ ମୀରଟରେ ଭୁଶୁଡ଼ିଲା ୩ ମହଲା କୋଠା। ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଫସି ରହିଛନ୍ତି। ଘଟଣାସ୍ଥଳରେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଏନଡିଆରଏଫ୍ ଓ ଏସଡିଆରଏଫ୍ ଯବାନମାନେ ସନ୍ଧାନୀ କୁକୁର ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

Advertisment

ପ୍ରଶାସନର ସୂଚନା ଅନୁଯାୟୀ ଗତ ରାତିରେ ମୀରଟର ଲୋହିଆ ନଗର ଅଞ୍ଚଳରେ ଥିବା ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥଲା। ଖବର ମିଳିବା ପରେ ଉଦ୍ଧାର କାରୀ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଆସିଥିଲେ। ପ୍ରାଥମିକ ଭାବେ ଭଗ୍ନାବଶେଷ ତଳେ ୧୪ ଜଣ ଚାପି ହୋଇ ରହିଥିବା ଜଣାପଡ଼ିଥିଲା। ଭଗ୍ନାବଶେଷ ତଳୁ ପ୍ରଥମେ ୩ ଜଣଙ୍କୁ ଏବଂ ପରେ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଭଗ୍ନାବଶେଷ ତଳେ ଆହୁରି ୬ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ସେପଟେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି। ପ୍ରବଳ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଥିରେ ୧୭ ଜଣଙ୍କ ଜୀବନ ଗଲାଣି। ମୀରଟରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ହିଁ କୋଠା ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି। 

Advertisment
Building Collapsed
Advertisment
Advertisment