cloud burst
ଜମ୍ମୁ କାଶ୍ମୀରରେ ପୁଣି ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷାରେ ଭୟଙ୍କର ବିପର୍ଯ୍ୟୟ। ଧସିଲା ପାହାଡ଼। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସହ ଅଚାନକ ନଦୀରେ ଆସିଲା ଫ୍ଲାସ ଫ୍ଲଡ। ଧୋଇନେଇଛି ଲୋକଙ୍କ ଘରଦ୍ବାର ଓ ରାସ୍ତାଘାଟ। ବହୁ ଗାଡ଼ି ମୋଟର କାଦୁଅରେ ପୋତି ହୋଇଯାଇଛି। ଜମ୍ମୁ କାଶ୍ମୀର ରାମବନ ଜିଲ୍ଲାର ଧର୍ମକୁଣ୍ଡ ଗାଁରେ ଏଭଳି ବିପତ୍ତି ଆଣିଛି ବାଦଲଫଟା ବର୍ଷା। ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୁଶୁଡ଼ିଲା ଚାରି ମହଲା କୋଠା, ୪ ମୃତ
ବର୍ଷା ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନାସରି ଓ ବାନିହାଲ ମଧ୍ୟରେ ଏକାଧିକ ସ୍ଥାନରେ ଭୂସ୍ଖଳନ ଓ ପାହାଡ଼ ଧସିବାରୁ ଯାତାୟାତ ବନ୍ଦ ହୋଇଛି। ବିଭିନ୍ନ ସ୍ଥାନରେ ଅଟକିଛି ବହୁ ଗାଡ଼ିମୋଟର। ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଅଞ୍ଚଳରେ ଚାଲିଛି ରେସକ୍ୟୁ ଅପରେସନ୍। ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ ଅନେକ ଅଞ୍ଚଳରେ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଛି।
ସେପଟେ ଉଦ୍ଧମପୁରରେ ପ୍ରବଳ ବର୍ଷାରୁ ଭୂସ୍ଖଳନ ହୋଇଛି। ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ଏହି ଜାତୀୟ ରାଜପଥରେ ଅଟକି ରହିଛି ହଜାର ହଜାର ସଂଖ୍ୟାରେ ଗାଡ଼ି। ଉଦ୍ଧମପୁରଠାରେ ମାଲ ବୋଝେଇ ଟ୍ରକଗୁଡିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି।
ସେହିଭଳି ଅନେକ ଅଂଚଳରେ ଗତ କିଛି ଦିନ ହେଲାଣି ଲଗାତର ବର୍ଷା ହେଉଛି। ଏଥିଯୋଗୁଁ ଅନେକ ଅଂଚଳ ପାଣି ଘେରରେ ରହିଛି। ରାସ୍ତା ଉପରେ ରହିଛି ୪ଫୁଟ ଉଚ୍ଚର ପାଣି। ଏଥିଯୋଗୁଁ ଲୋକମାନେ ଅତ୍ୟନ୍ତ ବିପଜ୍ଜନକଭାବେ ଯାତ୍ରା କରୁଛନ୍ତି । ଟ୍ରାକ୍ଟର ସେମାନଙ୍କ ପାଇଁ ସାହାରା ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745133769.jpg)