• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁଲ୍‌ରେ କ୍ଷେପଣାସ୍ତ୍ର ଛାଡ଼ିବା ଘଟଣାରେ ୩ ବାୟୁସେନା ଅଧିକାରୀ ବହିଷ୍କୃତ । କେନ୍ଦ୍ର ସରକାର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗତ ମାର୍ଚ୍ଚ ୯ ତାରିଖରେ ଭୁଲ୍‌ରେ ଭାରତ ପଟରୁ ଏକ ବ୍ରହ୍ମୋସ ମିସାଇଲ୍ ଛଡ଼ା ଯାଇଥିଲା । ଯାହାକି ପାକିସ୍ତାନ ମାଟିରେ ପଡ଼ିଥିଲା । ତେବେ ସେଥିରେ କୌଣସି ଯୁଦ୍ଧାସ୍ତ୍ର ନ ଥିବାରୁ ବିସ୍ଫୋରଣ ହୋଇନଥିଲା ।

ଏକ ବଡ଼ ଅଘଟଣ ଟଳି ଯାଇଥିଲା । ସେତେବେଳେ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଏଥିପାଇଁ ଦୁଃଖପ୍ରକାଶ କରାଯିବା ସହିତ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏପରି ହୋଇଥିଲା କୁହାଯାଇଥିଲା । ପାକିସ୍ତାନ ମଧ୍ୟ ଜଣାଇଥିଲା ପ୍ରତିବାଦ । ଏହା ପରେ ଏକ କୋର୍ଟ ଅଫ୍ ଇନକ୍ୱାରି ଗଠନ କରିଥିଲା ବାୟୁସେନା । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହି ତ୍ରୁଟି ପାଇଁ ୩ ଅଧିକାରୀଙ୍କୁ ଦାୟୀ କରାଯାଇଛି । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହେବା ପରେ ଦାୟୀ ୩ ବାୟୁସେନା ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି କେନ୍ଦ୍ର ସରକାର ।