/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701677186.jpg)
Three children burnt alive as hut catches fire in Firozabad, parents critical
ଘରେ ଶୋଇଥିଲେ ବାପା ମା’ ଆଉ ୩ ପିଲା । ହଠାତ୍ ଲାଗିଗଲା ନିଆଁ । ଚାଲିଗଲା ୩ ପିଲାଙ୍କ ଜୀବନ । ଆଉ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାପା ମା’ । ଏପରି ଏକ ଦୁଃଖଦ ଘଟଣା ଗତ ଶନିବାର ଦିନ ବିଳମ୍ବିତ ରାତିରେ ଘଟିଛି । ନିଆଁରେ ପୋଡ଼ିହୋଇ ଗୋଟିଏ ଗରିବ ପରିବାର ପାଉଁଶ ହୋଇଯାଇଛି ।
ସୂଚନା ଅନୁସାରେ ୩୦ ବର୍ଷୀୟ ସକିଲ ଜଣେ ଗରିବ ହୋଇଥିବାରୁ ସେ ତାଙ୍କ ପତ୍ନୀ ଓ ୩ ପିଲାଙ୍କୁ ଧରି ଏକ କୁଡ଼ିଆରେ ରହିଆସୁଥିଲେ । ଏହି ନିକଟରେ ସକିଲଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଏକ ଘର ମଧ୍ୟ ମିଳିଥିଲା । ଘର କାମ ଶେଷ ହୋଇନଥିବାରୁ ସେମାନେ କୁଡ଼ିଆରେ ରହୁଥିଲେ । ସବୁଦିନ ପରି ଶନିବାର ଦିନ ରାତିରେ ଖାଇସାରିବା ପରେ ଶୋଇବାକୁ ଯାଇଥିଲେ । ହେଲେ ଶୋଇଥିବା ବେଳେ ହଠାତ୍ କୌଣସି କାରଣରୁ କୁଡ଼ିଆରେ ନିଆଁ ଲାଗିଯାଇଥିଲା ।
କେହି କିଛି ଜାଣିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଥିଲା । ନିଆଁରେ ପୋଡ଼ି ହୋଇ ୨ ଜଣ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଚାରି ବର୍ଷର ପୁଅ ଅନିଶ ଓ ଏକ ବର୍ଷର ଝିଅ ରେଶମାର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ଆଉ ଅନ୍ୟ ଦୁଇ ଜଣ ଶିଶୁ ଏବଂ ସକିଲ ଓ ତାଙ୍କ ପତ୍ନୀ ନିଆଁର ଯନ୍ତ୍ରଣାରେ ଛଟପଟହୋଇ ଚିତ୍କାର କରୁଥିଲେ ।
ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ ଉଦ୍ଧାରକରି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଅନ୍ୟ ଜଣେ ଶିଶୁ ଆଖିବୁଜିଥିଲା । ହେଲେ ଏବେ ବି ଉଭୟ ବାପା-ମା’ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ଫିରୋଜାବାଦରୁ ଆସିଛି । ବନଜାରା ଗ୍ରାମରେ ରହୁଥିବା ଏହି ପରିବାର ନିଆଁର ଆଁରେ ଛାରଖାର ହୋଇଯାଇଛି । ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । କିପରି ଏହି ଅଗ୍ନିକଣ୍ଡ ଘଟିଲା ସେନେଇ ତଦନ୍ତ ଚଳାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)